Latest Odisha News

BREAKING NEWS

ନୂଆବର୍ଷରେ ବନ୍ଦ ରହିବ ଶ୍ରୀମନ୍ଦିର, ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି

ପୁରୀ : ଏଥର ନୂଆ ବର୍ଷରେ ବନ୍ଦ ରହିବ ପୁରୀ ଶ୍ରୀମନ୍ଦିର । ନୂଆବର୍ଷରେ ଭକ୍ତଙ୍କ ସମ୍ଭାବ୍ୟ ଭିଡକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖରେ ଶ୍ରୀମନ୍ଦିର ବନ୍ଦ ରହିବ । ଏହି ସମୟରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ । ଛତିଶା ନିଯୋଗ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ।

କେବଳ ଡିସେମ୍ବର ୩୧ ଓ ଜାନୁଆରୀ ୧ ତରିଖ ନୁହେଁ, ୨ ତାରିଖ ରବିବାର ଥିବାରୁ ଏହି ଦିନ ମଧ୍ୟ ଶ୍ରୀମନ୍ଦିର ବନ୍ଦ ରହିଛି । ମୋଟାମୋଟି ଭାବେ ଲଗାତର ୩ ଦିନ ଭକ୍ତଙ୍କ ପାଇଁ ବନ୍ଦ ରହିଛି ଶ୍ରୀମନ୍ଦିର । ନୂଆବର୍ଷରେ ଶ୍ରୀମନ୍ଦିରରେ ସମ୍ଭାବ୍ୟ ଭିଡ଼କୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ମହାମାରୀ କରୋନା ପାଇଁ ଚଳିତ ବର୍ଷ ବିଭିନ୍ନ ପର୍ବପର୍ବାଣୀ ସମୟରେ ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରଖାଯାଇଥିଲା ।

Comments are closed.