Latest Odisha News

BREAKING NEWS

କରୋନା ସଂକ୍ରମଣରେ ବଡ଼ ଜୁଆର ଆଣିବ ଓମିକ୍ରନ୍, ଚେତେଇଲେ ବୋରିସ୍ ଜନସନ୍

ଲଣ୍ଡନ: ସାରା ବିଶ୍ୱକୁ ଘାରିଛି ଓମିକ୍ରନ୍ ଆତଙ୍କ । ୬୩ ଦେଶକୁ ମାଡିଲାଣି । ଦ୍ରୁତ ସଂକ୍ରମଣ କରୁଛି । ଆଗକୁ ସ୍ଥିତି ଭୟାବହ ହୋଇପାରେ । କରୋନା ସଂକ୍ରମଣରେ ବଡ଼ ଜୁଆର ଆଣିବ ଓମିକ୍ରନ୍ । ଏଭଳି କଡ଼ା ଚେତାବନୀ ଓ ସତର୍କବାଣୀ ଶୁଣାଇଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ।

କରୋନାର ଏହି ନୂଆ ଷ୍ଟ୍ରେନ୍ ଯୋଗୁ ସଂକ୍ରମଣ ଦ୍ରୁତ ବ୍ୟାପୁଛି ବୋଲି ବୋରିସ୍ ଜନସନ୍ କହିଛନ୍ତି । ପ୍ରତି ଦୁଇ ତିନି ଦିନରେ ସଂକ୍ରମଣ ଦୁଇଗୁଣା ବଢୁଛି । ଯାହାକି ଆଗକୁ କରୋନା ମୁକାବିଲାରେ ସାଂଘାତିକ ସ୍ଥିତି ସୃଷ୍ଟି କରିପାରେ ।

ସଂକ୍ରମଣ ବ୍ୟାପୁଥିବାରୁ ବ୍ରିଟେନରେ ଲେଭଲ୍ ଫୋର୍ କୋଭିଡ୍ ଆଲର୍ଟ ଜାରି ହୋଇଥିଲା । ଗତକାଲି ଗୋଟିଏ ଦିନରେ ବାହାରିଛନ୍ତି ୧୨ଶହ ୩୯ ଓମିକ୍ରନ୍ ସଂକ୍ରମିତ । ଏଯାଏ ସେଠାରେ ୩ହଜାର ୧୩୭ ପଜିଟିଭ୍ କେସ୍ ବାହାରିଛି ।

Comments are closed.