Latest Odisha News

BREAKING NEWS

ଫାଇଜର ବଟିକା ଓମିକ୍ରନ ବିରୋଧରେ ୯୦% ପ୍ରଭାବଶାଳୀ !

ୱାଶିଂଟନ୍: Pfizer Inc ଦିନ କହିଛି ଯେ ଏହାର ଆଣ୍ଟିଭାଇରାଲ୍ କୋଭିଡ୍‌-୧୯ ବଟିକାର ଚୂଡାନ୍ତ ପରୀକ୍ଷଣରୁ ଜଣାପଡ଼ିଛି ଯେ ଡାକ୍ତରଖାନାରେ ଭର୍ତ୍ତି ହେବା ଏବଂ ଅଧିକ ବିପଦ ଥିବା ରୋଗୀଙ୍କ ମୃତ୍ୟୁରେ ୯୦% ଫଳପ୍ରଦତା ଦେଖାଯାଇଛି। ଲ୍ୟାବ ତଥ୍ୟରୁ ଜଣାପଡିଛି ଯେ କରୋନା ମାରାତ୍ମକ ପ୍ରଜାତି ଓମିକ୍ରନ୍‌କୁ ଏହା ମାତ୍‌ ଦେଇପାରେ।

କମ୍ପାନୀ ପାକ୍ସଲୋଭିଡ ନାଁରେ ଏକ ବଟିକା ପ୍ରସ୍ତୁତ କରିଛି। ଏହି ବଟିକା ଓମିକ୍ରନ ବିରୋଧରେ ଲଢ଼େଇ କରିବ। କରୋନା ଲକ୍ଷଣର ଦେଖାଯିବାର ୩ ଦିନ ମଧ୍ୟରେ ଯଦି ପାକ୍ସଲୋଭିଡ ଦିଆଯାଏ, ତା’ହେଲେ ଜଣେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ହସ୍ପିଟାଲରେ ଭର୍ତ୍ତି କରିବାର ଆଶଙ୍କା ୮୯% ଦୂର ହୋଇଯିବ। ସେହିପରି ଓମିକ୍ରନ ଆକ୍ରାନ୍ତଙ୍କୁ ମୃତ୍ୟୁମୁଖରୁ ମଧ୍ୟ ଏହି ବଟିକା ୮୯%ରୁ ଅଧିକ ସୁରକ୍ଷା ଦେଉଥିବା କମ୍ପାନୀ ଦାବି କରିଛି। ଏହା ଏକ ଚମତ୍କାର ଫଳାଫଳ ବୋଲି ଫାଇଜର ମୁଖ୍ୟ ବୈଜ୍ଞାନିକ ଅଧିକାରୀ ଏକ ସାକ୍ଷାତକାରରେ କହିଛନ୍ତି।

Comments are closed.