ନୂଆଦିଲ୍ଲୀ: ୧୯୭୧ ମସିହାରେ, ଭାରତ ଏବଂ ପାକିସ୍ଥାନ ମଧ୍ୟରେ ହୋଇଥିବା ଯୁଦ୍ଧରେ, କାଶ୍ମୀର ଦଖଲ କରିଥିବା ପାକିସ୍ତାନର ଚାରୋଟି ଗାଁକୁ ଭାରତ ନିୟନ୍ତ୍ରଣ କରିଥିଲା। ଏହି ଚାରିଟି ଗ୍ରାମ ହେଲା ତୁର୍ତ୍ତୁକ୍, ତ୍ୟାକ୍ସି, ଚଲୁଙ୍କା ଏବଂ ଥାଙ୍ଗ୍। ୧୯୭୧ ପର୍ଯ୍ୟନ୍ତ ଏହି ଗ୍ରାମଗୁଡିକ ପାକିସ୍ତାନ ଅକ୍ତିଆର କରିଥିବା କାଶ୍ମୀରର ଏକ ଅଂଶ ଥିଲା। ୫ ଅଗଷ୍ଟ ୨୦୧୯ଠାରୁ ଏହି ଗ୍ରାମଗୁଡିକ ଲଦାଖର ୟୁନିଅନ୍ ଟେରିଟୋରୀର ଏକ ଅଂଶ ହୋଇଛି।
ଏହି ଗ୍ରାମଗୁଡିକରେ ପହଞ୍ଚିବା ବହୁତ କଷ୍ଟକର। ଏହି ଗ୍ରାମଗୁଡ଼ିକ ଲଦାଖ ଅଞ୍ଚଳର ନୁବ୍ରା ଉପତ୍ୟକାର ଶେଷରେ ଅବସ୍ଥିତ। ଏହି ଗ୍ରାମଗୁଡିକର ଗୋଟିଏ ପାର୍ଶ୍ୱରେ ଶୋକ ନଦୀ ପ୍ରବାହିତ ହେଉଛି ଏବଂ ଅନ୍ୟ ପଟେ କରାକୋରାମ ପର୍ବତର ଉଚ୍ଚ ଶିଖର ଶୋଭା ପାଉଛି। ଶୀତଦିନେ ଏହି ଗ୍ରାମଗୁଡିକର ତାପମାତ୍ରା -୨୫ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ରହିଥାଏ।
ବିସିସିଆଇର ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୧୦ ପର୍ଯ୍ୟନ୍ତ ଏହି ଗ୍ରାମଗୁଡିକ ବାହାର ଲୋକଙ୍କ ପାଇଁ ପ୍ରବେଶ ନିଷେଧ ରହିଥିଲା। ଅବଶ୍ୟ, ଏଥିମଧ୍ୟରୁ କେବଳ ତୁର୍ତ୍ତୁକ୍ ଏକ ଗାଁ ଥିଲା ଯେଉଁଠାରେ କିଛି ବାହାର ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିଥିଲା।
Comments are closed.