Latest Odisha News

BREAKING NEWS

ଡେଲଟାଠୁ ୫ ଗୁଣା ଅଧିକ ସଂକ୍ରାମକ ଓମିକ୍ରନ୍, ମୁକାବିଲା ପାଇଁ ଓଡ଼ିଶା ପ୍ରସ୍ତୁତ

ଭୁବନେଶ୍ୱର: ସାରା ବିଶ୍ୱକୁ ଛାନିଆ କରିଛି ଓମିକ୍ରନ୍ । କରୋନାର ନୂଆ ଷ୍ଟ୍ରେନକୁ ନେଇ ବିଶ୍ୱବ୍ୟାପୀ ହଇଚଇ । ଡେଲଟା ଅପେକ୍ଷା ଓମିକ୍ରନ୍ ୫ ଗୁଣା ଅଧିକ ସଂକ୍ରାମକ । ଏକଥା କହିଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି । ବାହାର ଦେଶରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ କଡା ନଜର ରଖିଛି ସ୍ୱାସ୍ଥ୍ୟ ବିଭାଗ ।

ପଜିଟିଭ ଚିହ୍ନଟ ହେଉଥିବା ଥିବା ବ୍ୟକ୍ତିଙ୍କ ପାଇଁ ସରକାରୀ ବ୍ୟବସ୍ଥା ଥିବା ହସ୍ପିଟାଲରେ ସ୍ୱତନ୍ତ୍ର ବ୍ଲକ କରାଯିବ । ଯେପରି ଅନ୍ୟ ରୋଗୀଙ୍କ ସହ ସଂସ୍ପର୍ଶରେ ନଆସିବେ ସେଭଳି ବ୍ୟବସ୍ଥା କରାଯିବ । ସେମାନଙ୍କ ପାଇଁ ହୋମ ଆଇସୋଲେସନ୍ ବ୍ୟବସ୍ଥା ନଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ।

ଓମିକ୍ରନ ଡେଲଟାଠାରୁ ୫ଗୁଣା ଅଧିକ ସଂକ୍ରମଣ କରୁଛି । କେତେ ହସ୍ପିଟାଲାଇଜେସନ ହେବ, କେତେ ଗୁରୁତର ହେବ ଜଣା ପଡିନି । କିନ୍ତୁ ସାଧାରଣତଃ କୋଭିଡ ଭଳି ଲକ୍ଷଣ ପ୍ରକାଶ ପାଉଛି । ଭ୍ୟାକ୍ସିନ ଉପରେ ଏହାର ପ୍ରଭାବ କଣ ରହିବ ଅନୁଧ୍ୟାନ ଜାରି ରହିଛି ।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ବର୍ତ୍ତମାନ ଅଧିକ ରୋଗୀ ନଥିବାରୁ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ଷ୍ଟାଣ୍ଡବାଇ ମୋଡ଼ରେ ଅଛି । ଆବଶ୍ୟକ ସ୍ଥଳେ ଦୁଇ ତିନି ମଧ୍ୟରେ ବି କାର୍ୟ୍ୟକାରୀ ହୋଇ ପାରିବ । ସ୍ଥାନୀୟ ଲୋକ ପ୍ରତିନିଧି, ଗାଁର ମୁଖିଆ ବି ସୂଚନା ଦେଲେ ସର୍ଭିଲାନ୍ସକୁ ଆଣି ଟେଷ୍ଟ କରାଯିବ । ଏୟାର ସୁବିଧା ପୋର୍ଟାଲରେ ପଞ୍ଜିକରଣ କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ଖୋଜିକି ବାହାର କରୁଛନ୍ତି ସରକାର । ଆଶ୍ୱସ୍ତିକର ଖବର ହେଉଛି ବର୍ତ୍ତମାନ ସୁଦ୍ଧା ଓଡ଼ିଶାରୁ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି ।

Leave A Reply

Your email address will not be published.