Latest Odisha News

BREAKING NEWS

କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଗଲା ଦକ୍ଷିଣ ଆଫ୍ରିକା

ମୁମ୍ବାଇ: ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ଆଜି ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଛି । ମୁମ୍ବାଇରୁ ଟିମ୍ ଇଣ୍ଡିଆ ଜୋହାନ୍ସବର୍ଗ ଯିବ । ବିସିସିଆଇ ଖେଳାଳିମାନଙ୍କ ଫଟୋ ସୋସିଆଲ ସାଇଟରେ ଶେୟାର କରିଛି । ଭାରତ ଏଠାରେ ୮ମ ସିରିଜ ଖେଳିବ । ଏଥର କିଛି ବିଶେଷ କରି ଫେରିବୁ ବୋଲି କୋହଲି ଦୃଢ଼ତା ସହକାରେ କହିଛନ୍ତି ।

ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ଭ୍ୟାରିଆଂଟ ବିପଦ ଥିବାରୁ ଭାରତୀୟ ଦଳ କଠୋର କଟକଣା ଭିତରେ ରହିବାକୁ ପଡିବ । ୩ଥର ଖେଳାଳିମାନଙ୍କ କୋଭିଡ ଟେଷ୍ଟ କରାଯିବ । ୨୬ ଡିସେମ୍ବରରୁ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ । ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକାରେ ଭାରତ କୌଣସି ସିରିଜ ଜିତି ନାହିଁ ।

Leave A Reply

Your email address will not be published.