Latest Odisha News

BREAKING NEWS

ରାଜଧାନୀରୁ ଆଉ ୪ଟି ନୂଆ ଓମିକ୍ରନ୍‌ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଓମିକ୍ରନ୍ ଭାରିଆଣ୍ଟସ୍ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଆଜି ଆଉ ୪ଟି ନୂଆ ମାମଲା ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏହାକୁ ମିଶାଇ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୧୦ ରେ ପହଞ୍ଚିଛି। ସ୍ୱାସ୍ଥ୍ୟମନ୍ତ୍ରୀ ଏ ନେଇ ସୂଚନା ପ୍ରଦାନ କରିଛନ୍ତି।

ସେ କହିଛନ୍ତି ଯେ ସଂକ୍ରମିତମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇ ଘରକୁ ଯାଇଛନ୍ତି। ୯ ଜଣ ଲୋକ ଏବେ ବି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କୌଣସି ରୋଗୀଙ୍କ ଅବସ୍ଥା ଗୁରୁତର ନାହିଁ। ଏଥି ସହିତ, ଓମିକ୍ରନ୍ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ସମଗ୍ର ଦେଶରେ ୭୭ ରେ ପହଞ୍ଚିଛି।

ଓମିକ୍ରନ୍‌ର ବୃଦ୍ଧି ଘଟୁଥିବା ବେଳେ ଦିଲ୍ଲୀ ସରକାର ଖ୍ରୀଷ୍ଟମାସ ଏବଂ ନୂଆ ବର୍ଷ ଉତ୍ସବ ପାଳନକୁ ସୀମିତ ରଖିଛନ୍ତି। ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (DDMA) କରୋନା ସମ୍ବନ୍ଧୀୟ ପ୍ରତିବନ୍ଧକକୁ ଡିସେମ୍ବର ୩୧ ମଧ୍ୟରାତ୍ର ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି। ଦିଲ୍ଲୀରେ ସାମାଜିକ, ଧାର୍ମିକ, ମନୋରଞ୍ଜନ ସମ୍ବନ୍ଧୀୟ ଘଟଣା ଉପରେ ପ୍ରତିବନ୍ଧକ ଜାରି ରହିଛି। କେବଳ ଏତିକି ନୁହେଁ, ବାର୍ ଏବଂ ରେଷ୍ଟୁରାଣ୍ଟରେ ୫୦ ପ୍ରତିଶତ କ୍ଷମତା ପୂର୍ବପରି ଜାରି ରହିବ ବୋଲି କୁହାଯାଇଛି।

Comments are closed.