ଭୁବନେଶ୍ୱର: ବର୍ଷକର ଶିଶୁକନ୍ୟା ଦୀର୍ଘ ୬ ଘଣ୍ଟା ଧରି ଜାରି ରଖିଥିଲା ଜୀବନ ସଂଘର୍ଷ । ଶେଷରେ ୧୫ ଫୁଟ୍ ଗଭୀର ବୋରୱେଲ୍ରୁ ଶିଶୁକନ୍ୟାକୁ ସଫଳତାର ସହ ଉଦ୍ଧାର କରାଯାଇପାରିଛି । ଏହି ଘଟଣା ବିଷୟରେ ପଢିବା ଯେତିକି କଷ୍ଟଦାୟକ ଉଦ୍ଧାର ବେଳର ଦୃଶ୍ୟ ଦେଖିଲେ ଦେହ ଶୀତେଇ ଉଠେ ।
ଗତକାଲି ମଧ୍ୟପ୍ରଦେଶ ଛତରପୁର ଅଂଚଳରେ ଜଣେ ବର୍ଷକର ଶିଶୁକନ୍ୟା ବୋରୱେଲ୍ ପାଇଁ ଖୋଳାଯାଇଥିବା ୧୫ ଫୁଟ୍ ଗଭୀର ଗାତ ଭିତରକୁ ଖସିପଡିଥିଲା । ଏ ନେଇ ଶିଶୁକନ୍ୟାର ପରିବାର ଲୋକେ ସହାୟତା ପାଇଁ ଚିତ୍କାର କରିଥିଲେ । ଖବର ପାଇ ଘଟଣାସ୍ଥଳରେ ପହଂଚିଥିଲେ ସ୍ଥାନୀୟ ପୋଲିସ ପ୍ରଶାସନ । ଏପରିକି ଭାରତୀୟ ସେନାର ମଧ୍ୟ ସହାୟତା ନିଆଯାଇଥିଲା ।
୧୫ ଫୁଟ୍ ଗଭୀର ବୋରୱେଲ୍ରୁ ଉଦ୍ଧାର ବର୍ଷକର ଶିଶୁକନ୍ୟା #ViralAlert #ViralVideo #InfantRescued #Borewell #OdishaSambad #OdishaSambadNews pic.twitter.com/N18S4tBLZC
— Odisha Sambad (@Odisha_Sambad) December 17, 2021
ଶିଶୁକନ୍ୟାକୁ ଉଦ୍ଧାର କରିବା ଲାଗି ଗତକାଲି ଅପରାହ୍ନ ୪ଟା ସମୟରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ । ଶେଷରେ ଦୀର୍ଘ ୬ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଶିଶୁକନ୍ୟାଟିକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଶିଶୁକନ୍ୟାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲାବେଳେ ବର୍ତ୍ତମାନ ସେ ସୁସ୍ଥ ଥିବା ଜଣାପଡିଛି ।
Comments are closed.