Latest Odisha News

BREAKING NEWS

ବିଭିନ୍ନ ସମସ୍ୟା ନେଇ ଗୁଣୁପୁର ପୌର ପରିଷଦ ବିରୁଦ୍ଧରେ ଗର୍ଜିଲା ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା

ଗୁଣୁପୁର: ଗୁଣୁପୁର ପୌର ପରିଷଦର ୨୧ଟି ୱାର୍ଡ଼ର ଲୋକଙ୍କୁ କୌଣସି ସୁବିଧା ଯୋଗାଇ ଦିଆଯାଉନଥିବା ନେଇ ଗର୍ଜିଲା ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା । ପାନୀୟ ଜଳ ଯୋଗାଣରେ ତ୍ରୁଟି ରହୁଥିବା ଏବଂ ବିଭିନ୍ନ ଜନହିତକର ଯୋଜନାରେ ବ୍ୟାପକ ଘୋଟାଲା କରାଯାଉଥିବା ଅଭିଯୋଗ ହୋଇଛି । ପୂର୍ତ୍ତ ଡ଼ାକବଙ୍ଗଳାରେ ରାୟଗଡ଼ା ଜିଲ୍ଲା ଭାରତୀୟ ଜନତା ଯୁବ ମୋର୍ଚ୍ଚାର ଏକ ସାମ୍ବାଦିକ ସମ୍ମିଳନୀ ହୋଇଯାଇଛି ।

ସମ୍ମିଳନୀରେ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶ୍ୟାମ ଦାସ ରାଜ୍ୟ ସରକାର ଏବଂ ପୌର ପ୍ରଶାସକଙ୍କ ସହ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଲୋକଙ୍କୁ ମୌଳିକ ସମସ୍ୟା ଯୋଗାଇ ପାରୁନଥିବା ସହ ବିଜୁ ଜନତା ଦଳର ନେତାଙ୍କ ଦ୍ୱାରା ପରିଚାଳିତ ନୀତିକୁ ବିରୋଧ କରିଛନ୍ତି ।

ମୌଳିକ ସମସ୍ୟା ସମାଧାନ ସହ ସ୍ୱଚ୍ଛ ପାନୀୟ ଜଳ ଯୋଗାଇବାରେ ବିଳମ୍ବ କଲେ ଆଗାମୀ ଦିନରେ ଜିଲ୍ଲା ଯୁବ ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇବ । ଏହାସହ ପୌର ପରିଷଦ କାର୍ଯ୍ୟାଳୟରେ ତାଲା ପକାଇବାକୁ କଡ଼ା ଚେତାବନୀ ଦେଇଛି । ଏଥିରେ ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ସୁମନ ସାହୁକାର, ରାୟଗଡ଼ା ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକା, ପି ନାଗାରାଜୁ, ସତ୍ୟ ସୁନ୍ଦର କର ପ୍ରମୁଖ ଯୋଗଦେଇଥିଲେ ।

Leave A Reply

Your email address will not be published.