Latest Odisha News

[ଭିଡିଓ] ଜନ୍ମଦିନରେ ଗର୍ଜିଲା ବନ୍ଧୁକ, ସୁରକ୍ଷାକର୍ମୀ ଗିରଫ

ନୂଆଦିଲ୍ଲୀ: ଗ୍ରେଟର୍ ନୋଏଡା ର ପାରାମାଉଣ୍ଟ ସୋସାଇଟିରୁ ଆସିଛି ତାଜୁବକର ଭିଡିଓ । ଖୁଲମଖୁଲା ଫୁଟିଥିଲା ଗୁଳି, ଚାଲିଥିଲା ଜନ୍ମଦିନ ପାଳନ । ଜନ୍ମୋତ୍ସବରେ ମତୁଆଲା ହୋଇ ସୀମା ଲଂଘିଥିଲା ସୁରକ୍ଷାକର୍ମୀ । ମଦ ନିଶାରେ ଚୁର୍ ଥିବା ଉନ୍ମତ୍ତ ଯୁବକଙ୍କ ପ୍ରୋତ୍ସାହନରେ କରିଥିଲା ଫାଙ୍କା ଗୁଳି ଚାଳନା ।

ଜନ୍ମଦିନରେ ଗୁଳି ଫୁଟିବା ଘଟଣାର ଭିଡିଓଟି ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଭିଡିଓରେ କିଛି ଯୁବକ ଗାଡି ବୋନେଟ୍ ଉପରେ କେକ୍ ରଖି ଜନ୍ମଦିନ ଉତ୍ସବରେ ମସଗୁଲ ଥିଲେ । ସେହି ସମୟରେ ପାଖରେ ଛିଡା ହୋଇଥିବା ସୁରକ୍ଷାକର୍ମୀ ଜଣକ ଅତ୍ୟଧିକ ଉତ୍ସାହିତ ହୋଇ ଫାଙ୍କା ଗୁଳିଚାଳନା କରିଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇଥିଲାବେଳେ ତଦନ୍ତ ଆରମ୍ଭ କରିଥିଲା ସ୍ଥାନୀୟ ପୋଲିସ ।

ସଂପୃକ୍ତ ସୁରକ୍ଷାକର୍ମୀକୁ ପୋଲିସ ଗିରଫ କରିବା ସହ ତା’ଠୁ ବନ୍ଧୁକ ଓ ଗୁଳି ଜବତ କରି ଲାଇସେନ୍ସ କ୍ୟାନ୍ସଲ୍ କରିଛି । ଅନ୍ୟପଟେ ଭିଡିଓରେ ଥିବା ଯୁବକଙ୍କୁ ଧରିବା ଲାଗି ପୋଲିସ ଚଳାଇଛି ତନାଘନା ।

Comments are closed.