Latest Odisha News

BREAKING NEWS

ତାଣ୍ଡବ ରଚିପାରେ ଓମିକ୍ରନ୍‌; ବିଶେଷଜ୍ଞଙ୍କ ଚେତାବନୀ

ନୂଆଦିଲ୍ଲୀ: ଓମିକ୍ରନ୍ ଦୁନିଆର ଅନେକ ଦେଶରେ ବ୍ୟାପିସାରିଲାଣି। ବ୍ରିଟେନ ଏବଂ ଆମେରିକା ଭଳି ଦେଶରେ ଓମିକ୍ରୋନ ତାଣ୍ଡବ ରଚିବା ଆରମ୍ଭ କରିଲାଣି। ବିଶେଷଜ୍ଞମାନେ କହିଛନ୍ତି ଯେ ଡେଲଟା ଭାରିଆଣ୍ଟ ଆମେରିକାରେ ଯେଉଁଭଳି ଭାବରେ ଆତଙ୍କ ସୃଷ୍ଟି କରିଥିଲା ଓମିକ୍ରନ୍ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି କରିବ ବୋଲି ଚେତାବନୀ ଦେଇଛନ୍ତି।

ବିଶେଷଜ୍ଞମାନେ କହିଛନ୍ତି ଯେ ଓମିକ୍ରନ୍ ବିଷୟରେ ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଏହାର ଦ୍ରୁତ ବିସ୍ତାର। ଏହି ପ୍ରକାରର ସଂକ୍ରମଣର ବିସ୍ତାର ଅନ୍ୟ ପ୍ରକାର ତୁଳନାରେ ଅନେକ ଗୁଣ ଅଧିକ। ଏହା ହେଉଛି ଏକମାତ୍ର କାରଣ ଯାହା ଏହାକୁ ଅଧିକ ବିପଜ୍ଜନକ କରିଥାଏ।

ଓମିକ୍ରନ୍ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି, ବିଶେଷକରି ଯୁକ୍ତରାଷ୍ଟ୍ରରେ ଏହାର କ୍ଷୀପ୍ର ପ୍ରସାରଣ ଦେଖିବାକୁ ମିଳୁଛି। ଆମେରିକାର ଦ୍ୱିତୀୟ ତରଙ୍ଗ ସମୟରେ ଗୋଟିଏ ଦିନରେ ୨ ଲକ୍ଷ ମୃତ୍ୟୁହାର ରେକର୍ଡ ମଧ୍ୟ ହୋଇଛି। ନ୍ୟୁଜ୍ ଏଜେନ୍ସି ରଏଟର୍ସ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଗତ ମାସରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କରୋନା ରୋଗୀଙ୍କ ସଂଖ୍ୟାରେ ୪୫ ପ୍ରତିଶତ ବୃଦ୍ଧି ଘଟିଛି ଏବଂ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦% ବୃଦ୍ଧି ଘଟିଛି।

Comments are closed.