Latest Odisha News

BREAKING NEWS

ଡେଲ୍‌ଟା ଅପେକ୍ଷା ଦ୍ରୁତ ଗତିରେ ବ୍ୟାପୁଛି ଓମିକ୍ରନ୍‌; ‘ହୁ’ ମୁଖ୍ୟଙ୍କ ଚେତାବନୀ

ନୂଆଦିଲ୍ଲୀ: କରୋନାର ଓମିକ୍ରନ୍ ଭାରିଆଣ୍ଟ ଡେଲଟା ଭାରିଆଣ୍ଟ ଅପେକ୍ଷା କ୍ଷୀପ୍ର ବେଗରେ ମାଡିଚାଲିଛି। ଏହାସହ ଟକାକରଣ କରିଥିବା କିମ୍ବା କରୋନାରୁ ମୁକ୍ତି ପାଇଥିବା ଲୋକଙ୍କଠାରେ ସଂକ୍ରମଣ ସୃଷ୍ଟି କରୁଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ମୁଖ୍ୟ କହିଛନ୍ତି।

ହୁ ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ୍ ଆହୁରି ମଧ୍ୟ କହିଛନ୍ତି ଯେ ଓମିକ୍ରନ୍ ପୂର୍ବ ପ୍ରଜାତି ତୁଳନାରେ କମ୍‌ ମାରାତ୍ମକ ବୋଲି ଭାବିବା ଭୁଲ୍‌ ହେବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ “… ସଂଖ୍ୟା ବଢିବା ସହିତ ସମସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଚାପ ମଧ୍ୟ ସୃଷ୍ଟି ହେବ।

ହୁ ର ମୁଖ୍ୟ ନିର୍ଦ୍ଦେଶକ ଏହି ସଂକ୍ଷିପ୍ତ ବୈଠକରେ କହିଛନ୍ତି ଯେ ବର୍ତ୍ତମାନ ଡେଲଟା ଭାରିଆଣ୍ଟ ଅପେକ୍ଷା ଓମିକ୍ରନ୍ ଯଥେଷ୍ଟ ଦ୍ରୁତ ଗତିରେ ବିସ୍ତାର କରୁଛି।

Comments are closed.