ଭୁବନେଶ୍ୱର: ଜାଡରେ ଥରୁଛି ସାରା ରାଜ୍ୟ। ମଙ୍ଗଳବାର ରାତିରେ ଫୁଲବାଣୀରେ ପାରଦ ତଳକୁ ଖସି ୩.୬ ଡିଗ୍ରି ସେଲସିୟସରେ ପହଞ୍ଚିଛି। କନ୍ଧମାଳ ଜିଲ୍ଲାରେ ପ୍ରବଳ ଶୀତ ଲହରି ଜାରି ରହିଛି।
ଫୁଲବାଣୀ ସବୁଠାରୁ ଅଧିକ ଶୀତ ଅନୁଭୂତ ହୋଇଥିବା ବେଳେ ଦାରିଙ୍ଗିବାଡିରେ ୪.୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ଟ୍ୱିଟ କରି କହିଛି।
ରାଜ୍ୟର ୧୭ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ସେଲସିୟସ ତଳକୁ ଖସି ଆସିଛି। ଝାରସୁଗୁଡା ଏବଂ ସୁନ୍ଦରଗଡରେ ୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ତା’ପରେ କେନ୍ଦୁଝର ଏବଂ ସୋନପୁରରେ ୬.୪ ଡିଗ୍ରୀ ସେଲସିୟସ, ଟିଟଲାଗଡ (୬.୫), ଭବାନୀପାଟଣା (୬.୮), କୋରାପୁଟ (୭), ବୌଦ୍ଧ ଏବଂ ଅନୁଗୁଳରେ ୮ ଡିଗ୍ରୀ , ହିରାକୁଦ (୮.୪), ବଲାଙ୍ଗୀର (୮.୫) ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ସମ୍ବଲପୁର (୮.୬), ତାଳଚେର ଏବଂ ନୟାଗଡ଼ରେ ୯ ଡିଗ୍ରୀ ସେଲସିୟସ ଏବଂ ଚାନ୍ଦବାଲି (୯.୭) ରହିଛି।
ଭୁବନେଶ୍ୱର ଏବଂ କଟକ ୧୦.୧ ଏବଂ ୧୦.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
Comments are closed.