Latest Odisha News

BREAKING NEWS

ଓମିକ୍ରନ୍‌ ସଂକ୍ରମଣକୁ ରୋକାଯାଇପାରିବ ନାହିଁ; ବିଶେଷଜ୍ଞ କମିଟି

ନୂଆଦିଲ୍ଲୀ: କ୍ଷୀପ୍ର ବେଗରେ ବୃଦ୍ଧି ପାଉଥିବା ଓମିକ୍ରନ୍ ସଂକ୍ରମଣକୁ ରୋକାଯାଇପାରିବ ନାହିଁ। କେରଳରେ କୋଭିଡ-୧୯ ସଂକ୍ରମଣ ଉପରେ ଗଠିତ ଏକ ବିଶେଷଜ୍ଞ କମିଟିର ଡାକ୍ତର ଏହା କହିଛନ୍ତି। କମିଟିର ସଦସ୍ୟ କହିଛନ୍ତି ଯେ ପ୍ରତି ଦୁଇ ଦିନରେ ଓମିକ୍ରନ୍‌ର ନୂଆ ମାମଲା ଦ୍ୱିଗୁଣିତ ହେଉଛି।

ସେ ଆହୁରି ‘ଗ୍ଲୋବାଲ୍ ଟ୍ରେଣ୍ଡ ଦର୍ଶାଉଛି ଯେ ଓମିକ୍ରନ୍ ମାମଲା ୨ରୁ ୩ ସପ୍ତାହରେ ୧୦୦୦ରେ ପହଞ୍ଚୁଛି ଏବଂ ୨ ମାସ ମଧ୍ୟରେ ଏହା ୧ ମିଲିୟନ୍‌ରେ ପହଞ୍ଚିପାରେ। ଭାରତରେ ଏହି ସଂକ୍ରମଣର ବିସ୍ଫୋରଣକୁ ରୋକିବା ପାଇଁ ଆମ ପାଖରେ ଏକ ମାସରୁ ଅଧିକ ସମୟ ନାହିଁ। ଆମକୁ ଏହାକୁ ବନ୍ଦ କରିବାକୁ ପଡିବ। ‘ ସେ ଏହା ମଧ୍ୟ କହିଛନ୍ତି ଯେ ଦେଶର ଅଧିକାଂଶ ମାମଲା ପ୍ରବାସୀମାନଙ୍କ ସହ ଜଡିତ।

କମିଟିର ଡାକ୍ତର ଚେତାବନୀ ଦେଇ କହିଛନ୍ତି, ‘ଆମେ ଭାରତରେ ସଂକ୍ରମଣ ବିସ୍ତାରକୁ ବନ୍ଦ କରିପାରିବୁ ନାହିଁ। ସେ କହିଛନ୍ତି ଯେ ଯଦିବି ଆମେ ଆମର ସିଷ୍ଟମକୁ ଠିକ ସମୟରେ ବ୍ୟବହାର କରୁ, ତେବେ ଭାରତ ଭଳି ଦେଶରେ ଓମିକ୍ରନର ସଂକ୍ରମଣ ବୃଦ୍ଧି ହେବାର ସମ୍ଭାବନା ବହୁତ ଅଧିକ।

Comments are closed.