Latest Odisha News

BREAKING NEWS

ଅଡୁଆରେ ଜ୍ୟାକଲିନ; ଘରକୁ ଯିବାକୁ ଇଡିଠୁ ଲୋଡିଲେ ଅନୁମତି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ତାଙ୍କ ବୃତ୍ତିଗତ ଜୀବନ ତଥା ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସୂଚନା ଅନୁଯାୟୀ ୨୦୦ କୋଟି ଟଙ୍କା ଲଣ୍ଡରିଂ ମାମଲାରେ ଦିଲ୍ଲୀ କୋର୍ଟରେ ଦାଖଲ ହୋଇଥିବା ପ୍ରାୟ ୭୦୦୦ ପୃଷ୍ଠାର ଚାର୍ଜସିଟରେ ଇଡି ଏହି ସୂଚନା ଦେଇଛି। ସୂଚନା ଅନୁଯାୟୀ ଖ୍ରୀଷ୍ଟମାସ ଅବସରରେ ଜ୍ୟାକଲିନ ଘରକୁ ଯିବାକୁ ଅନୁମତି ମଧ୍ୟ ମାଗିଛନ୍ତି।

ରିପୋର୍ଟ ଅନୁଯାୟୀ, ଜ୍ୟାକଲିନ୍ ବ୍ୟକ୍ତିଗତ ଏବଂ ବୃତ୍ତିଗତ କାରଣରୁ ବିଦେଶ ଯିବାକୁ ଅନୁମତି ମାଗିଛନ୍ତି। କିନ୍ତୁ ଏହା କୁହାଯାଉଛି ଯେ ଜ୍ୟାକଲିନଙ୍କ ଏହି ଅନୁରୋଧ ପୂରଣ ହୋଇନାହିଁ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମାମଲାର ତଦନ୍ତ ଚାଲିଥିବାରୁ ଏଜେନ୍ସି ତାଙ୍କ ଅନୁରୋଧକୁ ଅସ୍ୱୀକାର କରିଛି। ତାହା ହେଉଛି, ଏଭଳି ପରିସ୍ଥିତିରେ ଜ୍ୟାକଲିନ୍ ଖ୍ରୀଷ୍ଟମାସର ବିଶେଷ ଉତ୍ସବରେ ମଧ୍ୟ ଘରକୁ ଯାଇପାରିବେ ନାହିଁ।

Comments are closed.