Latest Odisha News

BREAKING NEWS

ଖୋର୍ଦ୍ଧାରେ ଟ୍ରେନ୍ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ

ଖୋର୍ଦ୍ଧା: ହାତୀ ପଲ ରେଳ ଲାଇନ୍ ପାର ହେବା ବେଳେ ଧକ୍କା ଦେଲା ମାଲବାହୀ ଟ୍ରେନ୍ । ଦୁର୍ଘଟଣାରେ ଗୋଟିଏ ଦନ୍ତା ହାତୀର ଜୀବନ ଯାଇଛି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଭୁଷଣ୍ଡପୁର ରେଲଓ୍ୱେ ଷ୍ଟେସନ ନିକଟରେ ଗତକାଲି ରାତିରେ ହାତୀଙ୍କୁ ଧକ୍କା ଦେଇଥିଲା ମାଲବାହୀ ଟ୍ରେନ୍ ।

ଗତକାଲି ରାତି ପାଖାପାଖି ୮ଟା ବେଳେ ଏହି ଘଟଣା ଘଟିଥିଲା । ସେତେବେଳେ ୧୦-୧୨ଟି ହାତୀ ପଲ ରେଳ ଲାଇନ୍ ପାର ହେଉଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ ଟ୍ରେନ୍ ଧକ୍କାରେ ଆଉ ଦୁଇଟି ହାତୀ ଗୁରୁତର ହୋଇଛନ୍ତି । ଆଜି ଟାଙ୍ଗି ବନ ବିଭାଗ ଟମ୍ ଘଟଣାସ୍ଥଳରେ ପହଞ୍ଚି ହାତୀର ମୃତଦେ ଜବତ କରିଛନ୍ତି ।

Comments are closed.