Latest Odisha News

BREAKING NEWS

ଆଜି ବିଜେଡ଼ିର ୨୫ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଆଜି ବିଜେଡ଼ିର ପ୍ରତିଷ୍ଠା ଦିବସ । ୨୪ବର୍ଷ ପୂରଣ କରି ୨୫ବର୍ଷରେ ପାଦ ଥାପିବାକୁ ଯାଉଛି । ବିଜେଡ଼ି କାର୍ଯ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ପାଳନ କରାଯିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆୟୋଜିତ ସଭାକୁ ସମ୍ବୋଧିତ କରିବେ ।

ଏହାସହ ବ୍ଲକ ଓ ସହରାଞ୍ଚଳରେ ମଧ୍ୟ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । କାର୍ଯ୍ୟକ୍ରମରେ ଦଳର ସମସ୍ତ ପ୍ରତିନିଧି, ଯୁବ ଛାତ୍ର, ମହିଳା ଓ କମିଟି ସଦସ୍ୟ, ବ୍ଲକ ସଂଯୋଜକ, ଜୋନ୍ ସଂଯୋଜକ ପ୍ରମୁଖ ଉପସ୍ଥିତ ରହିବେ । କୋଭିଡ଼ କଟକଣା ମଧ୍ୟରେ କାର୍ଯ୍ୟକ୍ରମ କରାଯିବ । ଭର୍ଚୁଆଲ ମୋଡ଼ରେ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ । ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ରହିଛି । ସେହି ଦୃଷ୍ଟିରୁ ଆଜି କିଛି ବଡ଼ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ । ପ୍ରତିଷ୍ଠା ଦିବସରୁ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ଓ ଲୋକସେବା ମାଧ୍ୟମରେ ଦଳ ରାଜ୍ୟବାସୀଙ୍କ ପାଖକୁ ଯିବ ।

Leave A Reply

Your email address will not be published.