Latest Odisha News

BREAKING NEWS

ନୋବେଲ ଶାନ୍ତି ବିଜେତା ଡେସମଣ୍ତ ଟୁଟୁଙ୍କ ପରଲୋକ

ନୂଆଦିଲ୍ଲୀ : ନୋବେଲ ଶାନ୍ତି ପୁରସ୍କାର ବିଜେତା ତଥା ଦକ୍ଷିଣ ଆଫ୍ରିକାର ଜନପ୍ରିୟ ନେତା ଡେସମଣ୍ଡ ଟୁଟୁଙ୍କ ପରଲୋକ । ୯୦ ବର୍ଷ ବୟସରେ ତାଙ୍କ ବିୟୋଗ ହୋଇଛି । ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣ ବୈଷମ୍ୟ ଦୂର କରିବାରେ ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ ଡେସମଣ୍ଡ ଟୁଟୁ । ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ଦକ୍ଷିଣଆଫ୍ରିକା ରାଷ୍ଟ୍ରପତି ସାଇରିଲ୍ ରାମାଫୋସା ।

୧୯୩୧ ମସିହା ଅକ୍ଟୋବର ୭ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଡେସମଣ୍ଡ । ମାନବାଧିକାର ପ୍ରତିଷ୍ଠା କ୍ଷେତ୍ରରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଉଥିଲେ । ୧୯୮୫ରୁ ୧୯୮୬ ଯାଏ ଜୋହନ୍ସବର୍ଗର ବିଶପ ଥିଲେ । ଏହାପରେ ୧୯୮୬ରୁ ୧୯୯୬ ଯାଏ କେପଟାଉନର ଆର୍କବିଶପ୍ ଥିଲେ । ୧୯୮୦ରେ ସେ ଏହି ଆନ୍ଦୋଳନ ଜରିଆରେ ସାରା ବିଶ୍ବରେ ଜଣେ ଚର୍ଚ୍ଚିତ ନେତା ଭାବେ ପରିଚୟ ଲାଭ କରିଥିଲେ । ୧୯୮୪ ମସିହାରେ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା ।

୧୯୯୦ ମସିହାରେ ଟୁଟୁ କ୍ୟାନସର ଜନିତ ସମସ୍ୟାରେ ପଡ଼ିଥିଲେ । ଏହାପରେ ସେ ସୁସ୍ଥ ହୋଇଥିଲେ । କିନ୍ତୁ ବୟସ ବଢ଼ିବା ସହ ବିଗତ କିଛି ବର୍ଷ ହେଲା ସେ ନିୟମିତ ହସ୍ପିଟାଲରେ ଭର୍ତ୍ତି ହେଉଥିଲେ ।

Comments are closed.