Latest Odisha News

ପିଲାଙ୍କ ଟିକାକରଣ; ପିତାମାତାଙ୍କ ଲାଗି ନୂଆ ବର୍ଷର ଶ୍ରେଷ୍ଠ ଉପହାର

ନୂଆଦିଲ୍ଲୀ: ଜାତୀୟ ବୈଷୟିକ ପରାମର୍ଶଦାତା ଗୋଷ୍ଠୀର କୋଭିଡ୍‌-୧୯ ୱାର୍କିଂ ଗ୍ରୁପ୍‌ର ଚେୟାରମ୍ୟାନ୍ ଡକ୍ଟର ଏନ.କେ ଅରୋରା କହିଛନ୍ତି ଯେ କରୋନାଭାଇରସ୍ ରୋଗ ବିରୁଦ୍ଧରେ ଦେଶର ଟିକାକରଣ ଅଭିଯାନରେ ୧୫ରୁ ୧୮ ବର୍ଷ କିଶୋର କିଶୋରୀମାନଙ୍କୁ ଟିକାକରଣ ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଅନନ୍ୟ ପଦକ୍ଷେପ।

ଏହାସହିତ ସେ ପିଲାମାନଙ୍କୁ ଟିକାକରଣ କରିବାର ନିଷ୍ପତ୍ତି ସେମାନଙ୍କ ପିତାମାତାଙ୍କ ଲାଗି ବର୍ଷର ଶ୍ରେଷ୍ଠ ଉପହାର ବୋଲି ଡକ୍ଟର ଅରୋରା କହିଛନ୍ତି।

ସେ ଏହି ମନ୍ତବ୍ୟ ଦେଇଛନ୍ତି ଯେ ଏହି ନିର୍ଦ୍ଦିଷ୍ଟ ବୟସର ଲୋକଙ୍କ ପାଇଁ ଟିକାକରଣ ଅଭିଯାନ ୩ ଜାନୁୟାରୀ ଆରମ୍ଭ ହେବ।

Comments are closed.