Latest Odisha News

BREAKING NEWS

କରୋନା କାଳରେ ୫ ରାଜ୍ୟ ବିଧାନସଭା ନିର୍ବାଚନ, ଆଜି ସ୍ୱାସ୍ଥ୍ୟ ସଚିବ-ନିର୍ବାଚନ କମିଶନଙ୍କ ବୈଠକ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ତଳେ ରହିଛି । କିନ୍ତୁ କିଛି ରାଜ୍ୟରେ ବଢୁଛି କେସ୍ । ଏହାରି ଭିତରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ବି ବଢୁଛି । ଆଗକୁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ରହିଛି । କରୋନା କାଳରେ ନିର୍ବାଚନ ଉପରେ ଗୁରୁତ୍ୱ ଦେଉଛନ୍ତି ନିର୍ବାଚନ କମିଶନ । ଏଭଳି ସ୍ଥିତିରେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରିବେ ନିର୍ବାଚନ କମିଶନ । ଆଜିର ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ବି ଉପସ୍ଥିତ ରହିବେ ।

ବର୍ତ୍ତମାନ ଦେଶରେ କୋଭିଡ୍ ସ୍ଥିତି ବାବଦରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବେ ନିର୍ବାଚନ କମିଶନ । କରୋନା ସ୍ଥିତି ସମେତ ଓମିକ୍ରନ୍ ଭାରିଆଣ୍ଟ ବାବାଦରେ ସ୍ୱାସ୍ଥ୍ୟ ସଚିବଙ୍କ ପାଖରୁ ଅପଟେଡ୍ ନେବେ ନିର୍ବାଚନ କମିଶନ । ଏଥିସହ ନିର୍ବାଚନ ପ୍ରଚାର ଅଭିଯାନ, ମତଦାନ ଓ ଗଣତି ଦିନ କୋଭିଡ୍‌ ଗାଇଡଲାଇନକୁ କଠୋର କରାଯିବା ସଂକ୍ରାନ୍ତରେ ମଧ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ପରାମର୍ଶ ମାଗିପାରନ୍ତି ନିର୍ବାଚନ କମିଶନ ।

ଆସନ୍ତାବର୍ଷ ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ, ଉତ୍ତରାଖଣ୍ଡ ଓ ମଣିପୁରରେ ବିଧାନସଭା ନିର୍ବାଚନ ରହିଛି । ଆସନ୍ତାବର୍ଷ ଫେବ୍ରୁଆରୀ-ମାର୍ଚ୍ଚରେ ନିର୍ବାଚନ ହେବ । ଆସନ୍ତା ମାସରେ ତାରିଖ ଘୋଷଣା କରି ପାରନ୍ତି ନିର୍ବାଚନ କମିଶନ । ନିକଟରେ ଆହ୍ଲାବାଦ ହାଇକୋର୍ଟ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ନିର୍ବାଚନକୁ ଦୁଇ ମାସ ସ୍ଥଗିତ ରଖିବା ପାଇଁ ପ୍ରଧାନମନ୍ତ୍ରୀ ଓ ନିର୍ବାଚନ କମିଶନରଙ୍କୁ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.