Latest Odisha News

BREAKING NEWS

ଆଜି ମନ୍ତ୍ରୀ ପରିଷଦ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ, ଏସବୁ ମୁଦ୍ଦା ଉପରେ ଆଲୋଚନା

ନୂଆଦିଲ୍ଲୀ: ଆଜି କେନ୍ଦ୍ର ମନ୍ତ୍ରୀ ପରିଷଦ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ ବସୁଛି । ଅପରାହ୍ଣ ୪ଟାରେ ଏହି ବୈଠକ ବସିବ ବୋଲି ସୂଚନା ମିଳିଛି । ବୈଠକରେ ସମସ୍ତ ମନ୍ତ୍ରୀ ଉପସ୍ଥିତ ରହିବେ । ଓମିକ୍ରନ୍ ଆତଙ୍କ ଭିତରେ ମନ୍ତ୍ରୀ ପରିଷଦ ବୈଠକ ବେଶ ଗୁରୁତ୍ୱ ବହନ କରୁଛି ।

ଦେଶରେ ଓମିକ୍ରନ୍ କେସ୍ ବଢି ଚାଲିଛି । ୨୧ ରାଜ୍ୟରେ ପଶିଲାଣି କରୋନାର ନୂଆ ଭାରିଆଣ୍ଟ । ମହାରାଷ୍ଟ୍ର ଓ ଦିଲ୍ଲୀରେ ହୁ ହୁ ହୋଇ ବଢୁଛି । ଓମିକ୍ରନ୍ ମୁକାବିଲା ନେଇ ଆଜିର ବୈଠକରେ ଆଲୋଚନା କରି ପାରନ୍ତି ପ୍ରଧାନମନ୍ତ୍ରୀ । ସେହିପରି ଆସନ୍ତାବର୍ଷ ଉତ୍ତରପ୍ରଦେଶ, ପଞ୍ଜାବ ସମେତ ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ନେଇ ବି ଆଲୋଚନା ହୋଇପାରେ ।

Leave A Reply

Your email address will not be published.