Latest Odisha News

ନୂଆ ପୋଲିସ ଡିଜିପି ଭାବେ ଦାୟିତ୍ୱ ନେଲେ ସୁନୀଲ ବଂଶଲ

କଟକ : ଓଡିଶା ପୋଲିସର ନୂତନ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ ସୁନୀଲ କୁମାର ବଂଶଲ । ଆଜି କଟକ ପୋଲିସ ମୁଖ୍ୟାଳୟରେ ବିଦାୟୀ ଡିଜି ଶ୍ରୀ ଅଭୟଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଥିଲେ । ୧୯୮୭ ବ୍ୟାଚର ଓଡିଶା କ୍ୟାଡରର ଆଇପିଏସ ଅଫିସର ହେଉଛନ୍ତି ସୁନୀଲ ବଂଶଲ ।

ଆଜି ଡିଜିପି ଦାୟିତ୍ୱ ଗ୍ରହଣ କରିବା ସମୟରେ ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ । ନକ୍ସଲ ଦମନ ,ନାରୀ ସୁରକ୍ଷା, ସାଇବର କ୍ରାଇମ ଉପରେ ଅଧିକ ଧ୍ୟାନ ଦେବି ବୋଲି ବଂଶଲ କହିଛନ୍ତି । ସେ ଆଗରୁ ମୁମ୍ବାଇ ଗୁଇନ୍ଦା ବ୍ୟୁରୋରେ ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ କାମ କରୁଥିବା ବେଳେ ରାଜ୍ୟ ସରକାର ଗତ ୧୫ ତାରିଖରେ ତାଙ୍କୁ ଡିଜିପି ଭାବେ ନିଯୁକ୍ତି ଦେଇଛନ୍ତି ।

Comments are closed.