Latest Odisha News

BREAKING NEWS

ସାମୁଦ୍ରିକ ଝଡ ‘ଫନି’: ଓଡିଶାର ୧୧ଟି ଜିଲ୍ଲାରୁ ହଟିଲା ଆଦର୍ଶ ଆଚରଣ ବିଧି

ଭୁବନେଶ୍ୱର : ସାମୁଦ୍ରିକ ଝଡ ‘ଫନି’ ବେଳକୁ ବେଳ ଅତି ଉଗ୍ର ରୂପ ଧାରଣ କରୁଥିବାବେଳେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଜାରି ହଳଦିଆ ୱାର୍ଣ୍ଣିଂ ପରେ ଭାରତ ନିର୍ବାଚନ ଆୟୋଗ (ଇସିଆଇ) ବୁଧବାର ଦିନ ଓଡିଶାର ୧୧ଟି ଜିଲ୍ଲାରେ ଆଦର୍ଶ ଆଚରଣ ବିଧିକୁ ହଟାଇ ଦେଇଛନ୍ତି ।

‘ଫନି’ ପ୍ରଭାବରେ ରାଜ୍ୟବାସୀଙ୍କୁ ଯେକୌଣସି ପ୍ରକାର ସାହାର୍ଯ୍ୟ ତଥା ରିଲିଫ୍ ପ୍ରଦାନ କରିବା ଆଦିରେ ପିଡିତମାନଙ୍କୁ ସହାୟତା କରିବା ଲାଗି ଇସିଆଇ ଏଭଳି ନିଷ୍ପତ୍ତି ଗ୍ରହଣ କରିଥିବା ନେଇ ସୂଚନା ମିଳିଛି ।

ପୁରୀ, କଟକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ଖୋର୍ଦ୍ଧା ଜିଲ୍ଲାରୁ ଆଦର୍ଶ ଆଚରଣ ବିଧି ହଟାଇ ଦେଇଛନ୍ତି।

ନୂଆଦିଲ୍ଲୀରେ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ନିର୍ବାଚନ କମିଶନର ସୁନିଲ୍ ଅରୋରାଙ୍କୁ ଭେଟି ଓଡ଼ିଶାର କେତେକ ଜିଲ୍ଳାରୁ ଆଦର୍ଶ ଆଚରଣ ବିଧି ହଟାଇବା ପାଇଁ ନିବେଦନ କରିଥିଲେ । ପରେ ନବୀନଙ୍କ ଅନୁରୋଧ ରକ୍ଷା କରି ସାମୁଦ୍ରିକ ଝଡ ‘ଫନି’ର ସୁଚାରୂ ରୂପେ ମୁକାବିଲା କରିବା ପାଇଁ ସମସ୍ତ ଉପକୂଳ ଜିଲ୍ଲାରେ ନିର୍ବାଚନ ଆଦର୍ଶ ଆଚରଣ ବିଧି ହଟାଇବା ଲାଗି ଇସିଆଇଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ପତ୍ର ଜରିଆରେ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.