Latest Odisha News

BREAKING NEWS

ନିକଟତର ହେଉଛି ସାମଦ୍ରିକ ଝଡ଼ ‘ଫନି’: ମେ ୨ରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶା ଉପକୂଳକୁ ଭୀଷଣ ରୂପ ଧରି ମାଡ଼ି ଆସୁଛି ସାମୁଦ୍ରିଖ ଝଡ଼ ‘ଫନି’ । ଆସନ୍ତା ୩ ତାରିଖରେ ସାମୁଦ୍ରିକ ଝଡ଼ ‘ଫନି’ ଓଡ଼ିଶା ଉପକୂଳ ଛୁଇଁବାର ସମ୍ଭାବନା ରହିଥିଲେ ମଧ୍ୟ ୨ ତାରିଖରୁ ସମଗ୍ର ରାଜ୍ୟରେ ଏହାର ପ୍ରଭାବ ଅନୁଭୁତ ହେବ । ତେଣୁ ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ୨ ତାରିଖରୁ ଛୁଟି ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ଏକ ବିଜ୍ଞପ୍ତି ଜାରି କରିଛନ୍ତି ।

ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀଙ୍କ କହିବାନୁଯାୟୀ, ରାଜ୍ୟରେ ସମସ୍ତ ପରୀକ୍ଷା ଗୁଡ଼ିକ ପୁନଃ ନିର୍ଦ୍ଦାରଣ କରାଯିବ ।

ପ୍ରଶାସନିକ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି ଯେ, ପୂର୍ବରୁ ଘଟିଥିବା ବାତ୍ୟା ସମୟରେ ବିଭିନ୍ନ ପରୀକ୍ଷାରେ ବ୍ୟାଘାତ ଘଟିଥିଲା, ତେଣୁ ତାକୁ ଦୃଷ୍ଟିରେ ରଖି ସରକାର ଭୟଙ୍କର ବାତ୍ୟା ସମୟରେ ପରୀକ୍ଷା ସ୍ଥଗିତ ରଖିବାକୁ ଶ୍ରେୟସ୍କର ମନେକରୁଛନ୍ତି ।

ସେ ଉଲ୍ଲେଖ କରି କହିଛନ୍ତି, ସରକାରୀ ବିଜ୍ଞପ୍ତି ପାଇବା ସତ୍ୱେ କିଛି ବିଦ୍ୟାଳୟ ଓ ମହାବିଦ୍ୟାଳୟ ଏପର୍ଯ୍ୟନ୍ତ ଖରାଛୁଟି ଘୋଷଣା କରିନାହାନ୍ତି । ଏସମ୍ପର୍କରେ ସମସ୍ତ ଜିଲ୍ଲାପାଳମାନଙ୍କୁ ଅବଗତ କରାଯିବା ସହିତ ଦୃଷ୍ଟି ଆକର୍ଷଣ କରାଯାଇଛି ।

ମିଳିଥିବା ସୂଚନାନୁଯାୟୀ, ସରକାରୀ ନିର୍ଦ୍ଦେଶକୁ ଅବଜ୍ଞା କରି କିଛି ଆଗଧାଡ଼ିର ସ୍କୁଲ ଗୁଡ଼ିକ ବିଦ୍ୟାଳୟରେ ଖରାଛୁଟି ନକରାଇ ବିଭିନ୍ନ କୋର୍ସ ଦ୍ୱାରା ଅଧ୍ୟୟନ ଜାରି ରଖିଛନ୍ତି । ଏପରିକି କିଛି ବିଦ୍ୟାଳୟରେ କାଜୁଆଲ ପୋଷାକ ପିନ୍ଧି ସ୍କୁଲରେ ଏକ୍ଟ୍ରା କ୍ଲାସ କରିବାକୁ ସ୍କୁଲକୁ ଆସୁଥିବାର ଲକ୍ଷ୍ୟ କରାଯାଉଛି । “ଏହିପରି ଭୟଙ୍କର ବାତ୍ୟା ପରିସ୍ଥିତି ସମୟରେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଏପରି ଅବହେଳା ତଥା ସ୍କୁଲ କର୍ତ୍ତୃପକ୍ଷଙ୍କର ମନୋମୁଖୀ ଆଚରଣକୁ ବରଦାସ୍ତ କରାଯିବ ନାହିଁ,” ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.