ନୂଆଦିଲ୍ଲୀ : ବହି ପଢିବା ନୀତିଦିନିଆ ଅଭ୍ୟାସରେ ପରିଣତ କରିବାକୁ ଯୁବ ପିଢିଙ୍କୁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଇଂରାଜୀ ନବ ବର୍ଷ ଅବସରରେ ରଷ୍ଟ୍ରୀୟ ଶିକ୍ଷାନୀତି ୨୦୨୨ ଅନ୍ତର୍ଗତ ୧୦୦ ଦିବସୀୟ ପଠନ ଅଭିଯାନ ‘ପଢେ ଭାରତ’ର ଶୁଭାରମ୍ଭ କରିଛନ୍ତି ।
ଏହି ଅଭିଯାନ ଅଧିନରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଦେଶର ନାଗରିକ ବିଶେଷ ଭାବେରେ ଯୁବପିଢୀଙ୍କୁ ବହି ପଢିବାକୁ ନିତିଦିନିଆ ଅଭ୍ୟାସରେ ପରିଣତ କରିବାକୁ ଆହ୍ୱାନ କରିଛନ୍ତି । ରାଷ୍ଟ୍ରୀୟ ଶିକ୍ଷା ନୀତିରେ ନିଜ ପିଲାମାନଙ୍କୁ ନିଜ ବୟସ ଅନୁସାରେ ନିଜ ମାତୃଭାଷା ବା ଆଞ୍ଚଳିକ ଭାଷାରେ ବହି ପଢିବା ପାଇଁ ପ୍ରୋତ୍ସାହନ ଦେବାପାଇଁ ଗୁରୁତ୍ୱ ଦିଆଯାଇଛି ।
ଏହି ଯୋଜନା ଶୁଭାରମ୍ଭ କରିବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଛାତ୍ରଛାତ୍ରଙ୍କ ମଧ୍ୟରେ ସାରା ଜୀବନ ଶିକ୍ଷା ଗ୍ରହଣକୁ ବିକଶିତ କରିବା ଦିଗରେ ପୁସ୍ତକ ପଢିବାରେ ବିଶେଷତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଅଳ୍ପ ବୟସରୁ ପୁସ୍ତକ ପଢିବା ଅଭ୍ୟାସ କଲେ ଏହା ଶିଶୁଙ୍କ ମାନସିକ ବିକାଶ କିରବ ।
ସେମାନଙ୍କ ସୃଜନଶୀଳତା ବୃଦ୍ଧି କରିବା ସହ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାର ଏକ ସୁସ୍ଥ ବାତାବରଣ ସୃଷ୍ଟି କରିବ ବୋଲି ସେ କହିଛନ୍ତି । ବହି ପଢିବା ଏକ ଭଲ ଅଭ୍ୟାସ ଏବଂ ଜ୍ଞାନ ,ଭାଷା ଏବଂ ସାମାଜିକ ଦକ୍ଷତାରେ ବିକାଶ କରିବାରେ ଏକ ଭଲ ଉପାୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦେଶର ନାଗରିକଙ୍କୁ ନିୟମିତ ପୁସ୍ତକ ପଢିବା ପାଇଁ ଆହ୍ୱାନ କରିଛନ୍ତି ।
ପଢେ ଭାରତ ଅଭିଯାନରେ ୫ ଟି ପୁସ୍ତକ ପଢିବା ଆରମ୍ଭ କରିଛନ୍ତି । ଏଥିରେ ଦୁଇଟି ଓଡିଆ ପୁସ୍ତକ କିବାବର ରାଧାନାଥ ରାୟଙ୍କ ଚିଲିକା ଓ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ପ୍ରାୟଶ୍ଚିତ ରହିଛିା ସେହିପରି ଅନ୍ୟ ତିନୋଟି ପୁସ୍ତକ ହେଲା ଜେମ୍ସ କ୍ଲିୟରଙ୍କ , ଆଟୋମିକ୍ ହାବିଟ୍ , ରିକସନ୍ ବଣ୍ଡଙ୍କ ଏ ଲିଟିଲ ବୁକ୍ ଅଫ୍ ହାପିନେସ୍ , ସ୍ୱାମୀ ବିବେକାନନ୍ଦଙ୍କ ରିଫ୍ଲେକ୍ସନ ମଧ୍ୟ ରହିଛି ।
ଏହି ଅଭିଯାନ ଅନ୍ତର୍ଗତ ପାଠକ ପାଠକ ପାଠିକାମାନେ ନିଜେ ପଢୁଥିବା ପୁସ୍ତକ ସହ ଆଗକୁ ଆଉ କେଉଁ ପୁସ୍ତକ ପଢିବା ଉଚିତ୍ ସେନେଇ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ତାଙ୍କ ମତାମତ ଦେବାକୁ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ‘ପଢେ ଭାରତ’ ଅଭିଯାନରେ ସମସ୍ତଙ୍କ ମଧ୍ୟରେ ପୁସ୍କ ପଢିବା ପ୍ରତି ଆଗ୍ରହ ସୃଷ୍ଟି କରିବା ଦିଗରେ ଏହି ଅଭିନବ ପଦକ୍ଷେପ ନିଆଯାଇଛି । ୧୦୦ ଦିବସୀୟ ପଠନ ଅଭିଯାନ ଛାତ୍ରଛାତ୍ରୀ ମାନଙ୍କର ପାଠ ପଢିବାରେ ଉନ୍ନତି ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ।
Comments are closed.