Latest Odisha News

BREAKING NEWS

ନୂଆବର୍ଷରେ ଲାଲବାହିନୀ ହାତ ଛାଡିଲେ ୪୪ ମାଓବାଦୀ

ମାଲକାନଗିରି: ନୂଆବର୍ଷରେ ନୂଆ ସଂକଳ୍ପ । ନକ୍ସଲ ବାହିନୀର ହାତ ଛାଡିଲେ ୪୪ ମାଓବାଦୀ । ଲାଲଗଡର ଅନ୍ଧାରି ଦୁନିଆକୁ ତ୍ୟାଗ କରି ସମାଜର ମୁଖ୍ୟସ୍ରୋତକୁ ଫେରିଛନ୍ତି ୯ ମହିଳାଙ୍କ ସମେତ ୪୪ ଜଣ ନକ୍ସଲପନ୍ଥୀ । ମାଲକାନଗିରି ସୀମାନ୍ତ ଛତିଶଗଡର ସୁକୁମା ଜିଲ୍ଲା ପୋଲିସ ନିକଟରେ ସେମାନେ ଆତ୍ମସମର୍ପଣ କରିଛନ୍ତି ।

ସରକାରଙ୍କ ଉନ୍ନୟନମୂଳକ ତଥା ପୁନା ନର୍କମ ଅଭିଯାନରେ(ନୟି ସୁବହା ନୟି ସୁରୁଆତ) ଆକୃଷ୍ଟ ହୋଇ ସୁକୁମା ଜିଲ୍ଲା ଏସପି ସୁନୀଲ ଶର୍ମାଙ୍କ ପାଖରେ ୪୪ ଜଣ ନକ୍ସଲ ଆତ୍ମ ସମର୍ପଣ କରିଛନ୍ତି ।
ଆତ୍ମସମର୍ପଣକାରୀ ମାଓବାଦୀ ଦୀର୍ଘ ବର୍ଷ ଧରି ସଂଗଠନରେ କାର୍ୟ୍ୟ କରି ଆସୁଥିଲେ । ବହୁ ହିଂସାକାଣ୍ଡରେ ସକ୍ରିୟ ଥିଲେ । ସୁକୁମା ଜିଲ୍ଲାର ଦୁର୍ଗମ ଅଞ୍ଚଳ କରିଗୁଡ଼େମରେ ସକ୍ରିୟ ରହିଥିଲେ ଏମାନା । ଏମାନଙ୍କ ନାଁରେ ଲକ୍ଷାଧିକ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା ।
ହିଂସାର ରାସ୍ତା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ଏହି ୪୪ଜଣ ନକ୍ସଲଙ୍କ ନାଁରେ ପୂର୍ବରୁ ଥିବା ସମସ୍ତ ମାମଲାକୁ ପୋଲିସପ୍ରତ୍ୟାହାର କରି ନେଇଛି । ମୁଖ୍ୟସ୍ରୋତକୁ ଫେରିଥିବା ସମସ୍ତ ମାଓବାଦୀଙ୍କୁ ସରକାରଙ୍କ ନିୟମ ଅନୁଯାଇ ଥଇଥାନ କରାଯିବ ବୋଲି ସୁକୁମା ଏସ.ପି. ସୁନୀଲ ଶର୍ମା କହିଛନ୍ତି ।

Leave A Reply

Your email address will not be published.