Latest Odisha News

BREAKING NEWS

ବାତ୍ୟା ଫନି: ଘଣ୍ଟା ପ୍ରତି ୫୦ କିମି ବେଗରେ ପବନ ବହିଲେ ବିଚ୍ଛିନ୍ନ ହେବ ବିଦ୍ୟୁତ ସରବରାହ

ଭୁବନେଶ୍ୱର: ଭୟଙ୍କର ସାମୁଦ୍ରିକ ଝଡ଼ ଫନି ଏବେ ଓଡ଼ିଶା ଉପକୂଳରେ ପହଞ୍ଚିବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଘୋଷଣା କରି କହିଛନ୍ତି, ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ବାତ୍ୟା ଫନୀ ପ୍ରଭାବରେ ଘଣ୍ଟା ପ୍ରତି ୫୦ କିଲୋମିଟର ବେଗରେ ପବନ ବହିଲେ ସୁରକ୍ଷା ଦୃଷ୍ଟିରୁ ସମସ୍ତ ବିଦ୍ୟୁତ ସରବରାହ ଚ୍ଛିନ୍ନ କରିଦିଆଯିବ ।

ଗଣମାଧ୍ୟମକୁ ସୂଚନାଦେଇ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗର କମିଶନର ତଥା ସଚିବ ହେମନ୍ତ ଶର୍ମା କହିଛନ୍ତି, ଉପକୂଳବର୍ତ୍ତୀ ଜିଲ୍ଲା ତଥା ସମସ୍ତ ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ଜିଲ୍ଲାରେ ଥିବା ପାୱାରଗ୍ରିଡ଼ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ଯେ, ୫୦ କିଲୋମିଟର ବେଗରେ ପବନ ବହିଲେ ସୁରକ୍ଷା ଦୃଷ୍ଟିରୁ ସମସ୍ତ ବିଦ୍ୟୁତ ସରବରାହ ଚ୍ଛିନ୍ନ କରିଦିଆଯିବ ।

Leave A Reply

Your email address will not be published.