Latest Odisha News

BREAKING NEWS

ବାତ୍ୟା ‘ଫନି’ ଲାଗି ସମସ୍ତ ପ୍ରକାର ଚ୍ୟାଲେଞ୍ଜ୍ କୁ ସମ୍ମୁଖୀନ ହେବାକୁ ‘ଓଡ଼ିଶା ପୋଲିସ’ ପ୍ରସ୍ତୁତ

ଭୁବନେଶ୍ୱର: ବ୍ୟାତ୍ୟା ଫନି ଓଡ଼ିଶା ଉପକୂଳରେ ଆଉ କିଛି ସମୟ ପରେ ସ୍ଥଳଭାଗ ଛୁଇଁବାକୁ ଯାଉଛି । ଏହି ଭୟଙ୍କର ବାତ୍ୟାର ମୁକାବିଲା ଲାଗି ‘ଓଡ଼ିଶା ପୋଲିସ’ ପକ୍ଷରୁ ବ୍ୟାପକ ଭାବେ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ।

ଓଡ଼ିଶା ପୋଲିସ ପକ୍ଷରୁ ପ୍ରାୟ ୧୩୫ ପ୍ଲାଟୁନ ପୋଲିସଙ୍କୁ ମୂତୟନ କରାଯାଇଛି । ଏଥିମଧ୍ୟରେ ଓଏସପି ଜବାନ, ଅଧିକାରୀ ଏବଂ କନେଷ୍ଟବଳ ତଥା ହୋମଗାର୍ଡ଼ ଅନ୍ତଭୃକ୍ତ ହୋଇଛନ୍ତି ।

ସମସ୍ତ ପୋଲିସ କର୍ମଚାରୀମାନଙ୍କ ଛୁଟିକୁ ବନ୍ଦ କରାଯାଇଛି । ସମସ୍ତ ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ଜିଲ୍ଲାମାନଙ୍କରେ ବରିଷ୍ଠ ଆଇପିଏସ ଅଧିକାରୀମାନଙ୍କୁ ପଠାଇଯାଇ ଦାୟିତ୍ୱ ହସ୍ତାନ୍ତର କରାଯାଇଛି ।

ପୋଲିସ ବିଭାଗର ୨୦ ଓଡ୍ରାଫ ୟୁନିଟକୁ ବିଭିନ୍ନ ଜିଲ୍ଲାମାନଙ୍କରେ ଉଦ୍ଧାର କାର୍ଯ୍ୟ ତଥା ରିଲିଫ ବଣ୍ଟନ ନିମନ୍ତେ ପଠାଯାଇଛି । ଏହି ଦଳରେ ଥିବା ସମସ୍ତ କର୍ମଚାରୀମାନେ ଦକ୍ଷ ତାଲିମ ସମ୍ପନ୍ନ ଏବଂ ଦଳରେ ଶକ୍ତିଶାଳୀ ସମ୍ପନ୍ନ ପାୱାର୍ ବୋଟମାନ ରହିଛି ।

ସାଧାରଣତଃ ବାତ୍ୟା ସମୟରେ ଟେଲିଫୋନ ସେବା ଅଚଳ ହୋଇଯିବା ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଥାଏ । ତେବେ ଏହି ସମୟରେ ପୋଲିସ ବିଭାଗ ପକ୍ଷରୁ ପାରମ୍ପରିକ ଯୋଗାଯୋଗର ସମସ୍ତ ପ୍ରକାର ସୁବନ୍ଦୋବସ୍ତ ପୂର୍ବରୁ କରାଯାଇଛି ।

ପର୍ଯ୍ୟାପ୍ତ ପରିମାଣର ବ୍ୟାଟେରୀ, ଚାର୍ଜର, ଆଣ୍ଟିନା, କେବୁଲ, ଜେନେରେଟର୍ ସେଟ, ଅତିରିକ୍ତ ପୋଲ ଏବଂ ବୈଷୟିକ ତାଲିମପ୍ରାପ୍ତ କର୍ମଚାରୀମାନେ ଏହି ବାତ୍ୟା ସମୟରେ ନିଜର ଦାୟିତ୍ୱ ସମ୍ପନ୍ନ କରିବାକୁ ସମ୍ପୂଣ୍ଣ ପ୍ରସ୍ତୁତ ହୋଇ ରହିଛନ୍ତି ।

ରାଜ୍ୟର ସମସ୍ତ ଥାନାମାନଙ୍କରେ ରହିଥିବା ଯାନଗୁଡ଼ିକୁ ବାତ୍ୟା ସମୟରେ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟ କରିବାକୁ ଉପରସ୍ତରରୁ ନିର୍ଦ୍ଦେଶ ମଧ୍ୟ ରହିଛି ।

ବିଭିନ୍ନ ପ୍ରକାରର ଟର୍ଚ୍ଚ ଲାଇଟ, ପ୍ରଯ୍ୟାପ୍ତ ପରିମାଣର ବ୍ୟାଟେରୀ ମଧ୍ୟ ଗଚ୍ଛିତ କରି ରଖାଯାଇଛି ।

ବାତ୍ୟା ଫନୀକୁ ଦୃଷ୍ଟିରେ ରଖି ଡ଼ିଜିପି ଡ଼ଃ ରାଜେନ୍ଦ୍ର ପ୍ରସାଦ ଶର୍ମା ସମସ୍ତ ଜିଲ୍ଲା ଏସପିମାନଙ୍କ୍ୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେବା ସହିତ ବାତ୍ୟା ପରବର୍ତ୍ତୀ ଉତ୍ତାର କାର୍ଯ୍ୟ ଏବଂ ରିଲିଫ ବଣ୍ଟନରେ ଦାୟିତ୍ୱ ସମ୍ପର୍କରେ ପୂର୍ବରୁ ଅବଗତ କରିସାରିଛନ୍ତି ।

Leave A Reply

Your email address will not be published.