Latest Odisha News

[ଭିଡ଼ିଓ] ସୁନାର ବୌଦ୍ଧ ମନ୍ଦିର: ମୁକୁଟରେ ଲାଗିଛି ୫ ହଜାର ହୀରା

ମିଆଁମାର: ଦେଖିଲେ ଆଖି ଝଲସି ଯାଏ । ସୁନାରେ ଆଚ୍ଛାଦିତ ହୋଇଛି ମନ୍ଦିର ଆଉ ମନ୍ଦିର ଭିତରେ ବି ସୁନ୍ଦର ସୁନ୍ଦର ଆକର୍ଷଣୀୟ ଗୋଲଡେନ୍ ମୂର୍ତ୍ତି ।ମିଆଁମାର ଏକ ବୌଦ୍ଧ ଧର୍ମାବଲମ୍ବୀ ଦେଶ । ଏଠାକାର ପାଖାପାଖି ୯୦ ପ୍ରତିଶତ ଜନତା ବୌଦ୍ଧ ଧର୍ମାବଲମ୍ବୀ । ଏମାନେ ବର୍ଷ ବର୍ଷ ଧରି ବୌଦ୍ଧ ଧର୍ମ ପାଳନ କରୁଛନ୍ତି । ସେଥିପାଇଁ ଏଠାରେ ବହୁତ ବୌଦ୍ଧ ମନ୍ଦିର ଅଛି ।ଏ ହେଉଛି ମିଆଁମାରର ଶେଭେଡାଗନ ପାଗୋଡା । ଯାହାକି ସେଠାରେ ବେଶ୍ ଶୁଭ ମନାଯାଏ । ଏହି ପାଗୋଡା ସେଠାକାର ଲୋକଙ୍କ ପାଇ ବେଶ୍ ମହତ୍ତ୍ୱ ବହନ କରେ ।୧୧୨ମିଟର ଉଚ୍ଚ ଏହି ପାଗୋଡା ସମ୍ପୁର୍ଣ୍ଣ ଭାବେ ସୁନାରେ ଢାଙ୍କି ହୋଇ ରହିଛି । ଏହି ପାଗୋଡାରେ ତିଆରି ହୋଇଥିବା ମୁକୁଟରେ ମଧ୍ୟ ୫ହଜାରରୁ ଅଧିକ ସୁନା ଢାଙ୍କି ହୋଇ ରହିଛି । ୫ହଜାରରୁ ଅଧିକ ହୀରା ସହିତ ୨ହଜାରରୁ ଅଧିକ ରୁବି ରତ୍ନ ଖଚିତ ହୋଇଛି ।ବହୁ ପୁରୁଣା ଏହି ବୌଦ୍ଧ ମୂର୍ତ୍ତିର ମହତ୍ତ୍ୱ ହେଲା ଏଠାରେ ଭଗବାନ ବୁଦ୍ଧଙ୍କର ୮ଟି କେଶ ଗଚ୍ଛିତ ହୋଇରହିଛି । ପ୍ରାୟ ୨୬୦୦ବର୍ଷ ପୁରୁଣା ମନ୍ଦିର ବୋଲି ବିଶ୍ୱାସ ରହିଛି । ହେଲେ ଏହିମନ୍ଦିରର ସଠିକ୍ ତଥ୍ୟ କିନ୍ତୁ କାହା ପାଖରେ ନାହିଁ ।

 

Comments are closed.