Latest Odisha News

BREAKING NEWS

କୂଅ ଭିତରେ ଖସି ପଡ଼ିଲା ଛୁଆ ହାତୀ, ଜଗି ରହିଛନ୍ତି ହାତୀ ପଲ

ବାରିପଦା: କୂଅ ଭିତରେ ଖସି ପଡ଼ିଲା ଛୁଆ ହାତୀ । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ସୁରେଇଡିହି ଗାଁରେ ଏହି ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ କୂଅ ଭିତରେ ଛୁଆ ହାତୀଟି ଖସିପଡ଼ିଛି । ଏହି ଘଟଣା ପରେ କୂଅ ଚାରିପଟେ ହାତୀ ପଲ ଘେରି ରହିଛନ୍ତି । ଫଳରେ ଉଦ୍ଧାର କରିବାରେ ବାଧା ସୃଷ୍ଟି ହୋଇଛି ।

ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ବନ ବିଭାଗ ଟିମ୍ । ସ୍ଥିତି ଉପରେ ନଜର ରଖିଛନ୍ତି ବନ କର୍ମଚାରୀ । ଛୁଆ ହାତୀଟିକୁ କୂଅ ଭିତରକୁ ଉଦ୍ଧାର କରିବାକୁ ସରଞ୍ଜମ ଧରି ପହଞ୍ଚିଛନ୍ତି । ହାତୀପଲ ବନବିଭାଗର ଏକ ଗାଡ଼ି ସହ ୫ଟି ଘର ଭାଙ୍ଗି ଦେଇଥିବା ଜଣାପଡ଼ିଛି ।

Comments are closed.