ରିୟାଦ: ୩ ବର୍ଷ ପରେ ଜେଲରୁ ମୁକ୍ତ ହେଲେ ସାଉଦି ଆରବର ରାଜକୁମାରୀ ବାସମା ବିଂଟ ସାଉଦ ଏବଂ ତାଙ୍କ ଝିଅ ସୁହାଦ ଅଲ ଶରୀଫ । ୫୭ ବର୍ଷୀୟା ବାସମା ମହିଳାଙ୍କ ଅଧିକାର ଏବଂ ସାମ୍ବିଧାନିକ ଶାସନ ନେଇ ଲଢ଼ି ଆସୁଥିଲେ । ୨୦୧୯ରେ ସେ ନିଖୋଜ ହେବା ପରେ ତାଙ୍କୁ ମାର୍ଚ୍ଚରେ ଗିରଫ କରାଯାଇଥିଲା । ୨୦୨୦ରେ ସେ ସୋସିଆଲ ସାଇଟରେ ନିଜ ଗିରଫ ହେବା କଥା ଜଣାଇଥିଲେ ।
ଏହା ପରେ ତାଙ୍କୁ ମୁକ୍ତ କରିବା ପାଇଁ ବିଭିନ୍ନ ମହଲରୁ ଚାପ ପଡିଥିଲା । ସମ୍ପୂର୍ଣ୍ଣ ଅସୁସ୍ଥ ହୋଇ ପଡିବାରୁ ଏହାକୁ ଆଧାର କରି ବାସମା କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କୁ ମୁକ୍ତ କରିବା ପାଇଁ ଅନୁରୋଧ କରିଥିଲେ । ତାଙ୍କ ପାଇଁ କଣ କଟକଣା ଜାରୀ କରାଯାଇଛି ସେ ନେଇ କିଛି ବୟାନ ସମ୍ମୁଖକୁ ଆସି ନାହିଁ ।
Comments are closed.