ଦିଲ୍ଲୀ: ଛଟ୍ ପୂଜା ପାଇଁ ସାର୍ବଜନୀନ ଛୁଟି ଘୋଷଣା କଲେ ଦିଲ୍ଲୀ ସରକାର । ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସାମାଜିକ ଓ ସାଂସ୍କୃତିକ ଏକତା ଦୃଷ୍ଟିରୁ ଏହି ପର୍ବର ଗୁରୁତ୍ୱକୁ ନେଇ ଛୁଟି ଘୋଷଣା କରିଛନ୍ତି । ଆସନ୍ତା ନଭେମ୍ବର ୧୬ ତାରିଖ ସୋମବାର ପଡୁଛି ଛଟ୍ ପୂଜା । ଏହି ଦିନ ଦିଲ୍ଲୀରେ ସମସ୍ତ ସରକାରୀ ଅଫିସ ଛୁଟି ରହିବ । ବ୍ରତ କରୁଥିବା ପ୍ରତ୍ୟେକ ଶ୍ରଦ୍ଧାଳୁ ଓ ସେଠାକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ସମ୍ପୂଣ୍ଣ ର୍ ଶ୍ରଦ୍ଧା, ସମ୍ମାନ ଓ ଶାନ୍ତିପୂର୍ଣ୍ଣ ମନୋଭାବ ସହ ଏହି ପର୍ବ ପାଳନ କରନ୍ତୁ, ଏହି ଭାବନା ସହ ସରକାର ଛୁଟି ଘୋଷଣା କରିଛନ୍ତି । ୧୩ ନଭେମ୍ବରରୁ ଆରମ୍ଭ ହେବ ଏହି ୪ଦିନିଆ ପର୍ବ । ଏଥିପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଶ୍ରଦ୍ଧାଳୁଙ୍କ ସୁବିଧା, ସୁରକ୍ଷା ଓ ସ୍ୱଚ୍ଛତା ଉପରେ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଥିଲେ । ଘାଟ ନିକଟରେ ମହିଳାଙ୍କ ପାଇଁ ପୋଷାକ ବଦଳାଇବା କକ୍ଷ, ପ୍ରମୁଖ ଘାଟ ଗୁଡିକରେ ସିସିଟିଭି ଲଗାଇବା, ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା, ତମ୍ବୁ ଓ ୨୪ ଘଂଟିଆ ସଫେଇ ବ୍ୟବସ୍ଥା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସେପଟେ ଦିଲ୍ଲୀରେ ମୁନାକ କେନାଲ କୂଳରେ ୧୧ କିଲୋମିଟରର ଲମ୍ବର ଏକ ଛଟ୍ ଘାଟ ପ୍ରସ୍ତୁତ କରାଯାଉଛି । ଏହା ରାଜଧାନୀର ସବୁଠାରୁ ଲମ୍ବା ଛଟ୍ ଘାଟ ହେବ । ନଭେମ୍ବର ୧୨ତାରିଖରେ ବିଜେପି ଜାତୀୟ ସଭାପତି ନୀତିନ ନବୀନ ଏହାର ଉଦଘାଟନ କରିବେ । ଏହି ଘାଟ ଆଉଟର ରିଂ ରୋଡଠାରୁ ଆରମ୍ଭ ହୋଇ ଇନ୍ଦରଲୋକ ଯାଏ ବିସ୍ତାରିତ ହେବ । କେନାଲର ଉଭୟ ପାଶ୍ୱର୍ରେ ପାହାଚ ନିର୍ମାଣ କରାଯାଇଛିା ଏହାସହ କଂକ୍ରିଟ ରାସ୍ତା ମଧ୍ୟ ତିଆରି ହୋଇଛି । ଫଳରେ ଶ୍ରଦ୍ଧାଳୁ ସହଜରେ ପାଣି ପାଖରେ ପହଂଚିପାରିବେ । ସୋମବାର ଅଧିକାରୀ ଓ ପୂଜା କମିଟି ସହ ଛଟ୍ ପୂଜା ପ୍ରସ୍ତୁତି ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏହି ସୂଚନା ଦେଇଛନ୍ତି । ସିଙ୍ଗଲପୁର ଗ୍ରାମ ନିକଟରେ ଏହି ଘାଟର ଉଦଘାଟନୀ କରାଯିବ । ଫଳରେ ଆଖପାଖର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀର ଲୋକ ଦୂରକୁ ନଯାଇ ନିକଟରେ ସହଜରେ ପୂଜାର୍ଚ୍ଚନା କରିପାରିବେ । ଦିଲ୍ଲୀରେ ରହିଛି ମୋଟ୍ ୧୪ଶହ ଛଟ୍ ଘାଟ । ସେସବୁ ଘାଟ ପ୍ରସ୍ତୁତ ହେଉଛି । ନଭେମ୍ବର ୧୩ରୁ ୧୬ ଯାଏ ଏହି ପୂଜା ଚାଲିବାକୁ ଥିବା ବେଳେ ୧୫ ତାରିଖରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଏବଂ ପରଦିନ ଉଦୀୟମାନ ସୂର୍ଯ୍ୟଙ୍କୁ ପୂଜା କରିବେ ଶ୍ରଦ୍ଧାଳୁ ।
