Latest Odisha News

BREAKING NEWS

ଚନ୍ଦନପୁରରୁ ୧୬୫ଗ୍ରାମ ବ୍ରାଉନସୁଗାର ଜବତ, ଦୁଇ ଗିରଫ

ପୁରୀ: ପୁରୀ ପୋଲିସକୁ ମିଳିଛି ବଡ଼ ସଫଳତା । ଚନ୍ଦନପୁରରୁ ୧୬୫ ଗ୍ରାମ ବ୍ରାଉନସୁଗାର ଜବତ କରିଛି ପୋଲିସ । ଏହାସହ ୭ହଜାର ୫୬୦ ନଗଦ ଟଙ୍କା, ଦୁଇଟି ମୋବାଇଲ, ଗୋଟିଏ ବାଇକ ଜବତ କରାଯାଇଛି । ଘଟଣାରେ ଦୁଇଜଣଙ୍କୁ ପୋଲିସ ଗିରଫ କରିଛି । ଜବତ ବ୍ରାଉନସୁଗାରର ମୂଲ୍ୟ ୧୬ ଲକ୍ଷ ୫୦ହଜାର ଟଙ୍କା ।

ସୂଚନା ଅନୁସାରେ, ଚନ୍ଦନପୁର ଥାନା ଆଇଆଇସି ସୁଶାନ୍ତ କୁମାର ବେହେରା ଓ ଏସଡ଼ିପିଓ କିଶୋର ଚନ୍ଦ୍ର ମୁଣ୍ଡାଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା । ଘଟଣାରେ ଚନ୍ଦନପୁର ସିଡ଼ି ଛକ ନିକଟରୁ ଦୁଇଜଣଙ୍କୁ ଗିରଫ କରାଯାଇଥିଲା । ସେମାନେ ହେଲେ ବଳଙ୍ଗା ଥାନା ଭାନପୁରର ସୁନୀଲ ଦାସ ଓ ପିପିଲିର କାର୍ତ୍ତିକ ଚନ୍ଦ୍ର ବୋଷ । ଦୁଇ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଘଟଣାର ଅଧିକ ତଦନ୍ତ ଚାଲିଥିବା ଅତିରିକ୍ତ ଏସପି କହିଛନ୍ତି ।

Leave A Reply

Your email address will not be published.