Latest Odisha News

BREAKING NEWS

ପୁରୀରୁ ୧୨୦ଗ୍ରାମ ବ୍ରାଉନସୁଗର ଜବତ , ୫ ଗିରଫ

ପୁରୀ:  ବ୍ରାଉନସୁଗର କାରବାର ଉପରେ ପୋଲିସର ନଜର ।  ପୁରୀ ବାସେଳିସାହୀ ପୋଲିସ ହାତରେ ଧରାପଡିଛନ୍ତି ବ୍ରାଉନସୁଗାର ବେପାରୀ । ଏସଟିଏଫ୍ ଓ ବାସେଳୀସାହି ପୋଲିସ ଚଢାଉ କରି ୧୨୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି । ଏହାସହ ଲୋକନାଥ ରୋଡ ଜଙ୍ଗଲ ନିକଟରୁ ୫ ଜଣ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିଛି ପୋଲିସ ।

ବେପାରୀଙ୍କ ଠାରୁ ୪ହଜାର ଟଙ୍କା , ମୋବାଇଲ ଓ ଦୁଇଟି ବାଇକ ଜବତ କରିଛି ପୋଲିସ । ଏହି ବ୍ରାଉନସୁଗର କାରବାରର ମୁଖ୍ୟ କିଙ୍ଗପିନ ହେଉଛି ଖୋର୍ଦ୍ଧା ଦଳେଇପୁଟର ପ୍ରଦୀପ କୁମାର ବେହେରା ।

ପ୍ରଦୀପ ନିଜ ସହଯୋଗୀ କାଳନ୍ଦୀ ବେହେରା ନିତ୍ୟାନନ୍ଦ ବିଶ୍ୱାଳଙ୍କ ସମେତ ପୁରୀରେ ରାଜେଶ ପ୍ରଧାନ ଓ ପ୍ରଶାନ୍ତ ବେହେରାଙ୍କ ସହ ମିଶି ଏହି ବ୍ରାଉନସୁଗାର କାରବାର କାରବାର କରୁଥିଲେ । ପୁରୀ ଜିଲ୍ଲାକୁ ନିଶାମୁକ୍ତ କରିବା ପାଇଁ ଏହି ଚଢାଉ ଜାରି ରହିବ ବୋଲି ସିଟି ଡିଏସପି କହିଛନ୍ତି ।

Leave A Reply

Your email address will not be published.