Latest Odisha News

BREAKING NEWS

ସରପଞ୍ଚ ପଦ ନିଲାମ ଘଟଣା : ସଂଧ୍ୟା ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ ନିର୍ଦ୍ଦେଶ

ବଲାଙ୍ଗୀରରେ ସରପଞ୍ଚ ପଦ ପାଇଁ ନିଲାମ ଅଭିଯୋଗ ଘଟଣା । ଆଜି ତଦନ୍ତ ରିପୋର୍ଟ ଦେବେ ଜିଲ୍ଲାପାଳ । ଅଭିଯୋଗ ଆସିବା ପରେ ରାଜ୍ୟ ନିର୍ବାଚନ କମିଶନ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ନୋଟିସ୍ କରିଛନ୍ତି ।

ଘଟଣାର ବିଧିବଦ୍ଧ ତଦନ୍ତ କରି ଆଜି ସଂଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ବିଲେଇସର୍ଡା ଗାଁରେ ମନ୍ଦିର ନିର୍ମାଣ ପାଇଁ ଆବଶ୍ୟକ ଅର୍ଥ ନାଁରେ ସରପଞ୍ଚ ପଦର ଖୋଲାଖୋଲି ନିଲାମ ହୋଇଥିବା ଅଭିଯୋଗ ହୋଇଥିଲା । ଗାଁ ପାଠାଗାର ସମ୍ମୁଖରେ ବିଲେଇସର୍ଡା ପଂଚାୟତର ତିନିଟି ଗାଁ ଲୋକଙ୍କ ଉପସ୍ଥିତିରେ ମୂଲଚାଲ ହୋଇଥିବା ଜଣାପଡ଼ିଛି ।

ମନୋନୟନ ଭିତ୍ତିରେ ସରପଞ୍ଚ ବାଛିବାକୁ ବୈଠକ ହୋଇଥିଲା। ଏଥିରେ ବିଲେଇସର୍ଡା ପଂଚାୟତର ବିଲେଇସର୍ଡା, ବନ୍ଦନାକଟା, କସୁରପାଲି ଗାଁର ବରିଷ୍ଠ ଲୋକଙ୍କୁ ଡକାଯାଇଥିଲା । ଏହାସହ ଯେଉଁମାନେ ପ୍ରାର୍ଥୀ ହେବାକୁ ଆଶାୟୀ ଥିଲେ ସେମାନଙ୍କୁ ବି ଡକାଯାଇଥିଲା । ୪ ଜଣ ପ୍ରତିଦ୍ୱନ୍ଦ୍ବୀ ରହିଥିଲେ।

ବୈଠକରେ ସୁଶାନ୍ତଙ୍କୁ ଲୋକେ ମନୋନୀତ କରିଥିଲେ । ବୈଠକରେ ସେ ଯାହା ନିର୍ବାଚନରେ ଖର୍ଚ୍ଚ କରିବେ ତାହା ଜଗନ୍ନାଥ ମନ୍ଦିରକୁ ଦେବାକୁ ନେଇ ଆଲୋଚନା ହୋଇଥିଲା ଏବଂ ସୁଶାନ୍ତ ନିଜେ ଗରିବ ଶ୍ରେଣୀର ହୋଇଥିବାରୁ ୪୪ ହଜାର ଟଙ୍କା ଦେବେ ବୋଲି କହିଥିଲେ ।

Comments are closed.