Latest Odisha News

BREAKING NEWS

ନୟାପଲ୍ଲୀ ଦୁଷ୍କର୍ମ ଘଟଣା:ମୁଖ୍ୟଅଭିଯୁକ୍ତଙ୍କ ୨ ସହଯୋଗୀ ଗିରଫ

ଭୁବନେଶ୍ବର:ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ଦୁଷ୍କର୍ମ ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର ୨ ସହଯୋଗୀଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ। ଗିରଫ ହୋଇଥିବା ଦୁଇ ସହଯୋଗୀ ଚକେଇସିଆଣି ଅଞ୍ଚଳର ବୋଲି ଜଣାପଡ଼ିଛି।

ଏପଟେ ଭୁବନେଶ୍ବର ନୟାପଲ୍ଲୀ ଦୁଷ୍କର୍ମ ଘଟଣାରେ ଜେଲ୍ ଗଲେ ଅଭିଯୁକ୍ତ ଶ୍ରୀଧର ପଣ୍ଡା । ଆଜି ଶ୍ରୀଧରର କରାଯାଇଥିଲା ଡାକ୍ତରୀ ମାଇନା । ଡାକ୍ତରୀ ମାଇନା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଅଭିଯୁକ୍ତକୁ ଧରି ପହଞ୍ଚିଥିଲା ନୟାପଲ୍ଲୀ ଥାନା ପୋଲିସ । କମିଶନରେଟ ପୋଲିସ ଅଭିଯୁକ୍ତ ଶ୍ରୀଧର ପଣ୍ଡା ଓରଫ ସନ୍ତୋଷକୁ ଗତକାଲି ଏନକାଉଣ୍ଟର କରିଥିଲା । ଡାହାଣ ଗୋଡ଼ରେ ଗୁଳି ଛୁଇଁ ବାହାରି ଯାଇଥିଲା । ଆହତ ଅବସ୍ଥାରେ ଅଭିଯୁକ୍ତକୁ କାବୁ କରିଥିଲା ପୋଲିସ ।

ଡିସିପି ଅଫିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଶ୍ରୀଧର ପଣ୍ଡା (୨୪) ଘର ଗଞ୍ଜାମ ଅଞ୍ଚଳରେ । ସେ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚକେଇସିଆଣିରେ ରହୁଛି । ତା ନାଁରେ ତମାଣ୍ଡୋ ଓ ଖଣ୍ଡଗିରି ଥାନାରେ ମୋବାଇଲ ଚୋରି ମାମଲା ରହିଛି । ସେ ଜେଲ ଯାଇ ବେଲରେ ଆସିଥିଲା ।

ପୋଲିସ ଅନୁସାରେ, ସେପ୍ଟେମ୍ବର ୩୦ ରାତିରେ ନୟାପଲ୍ଲୀ ଅଞ୍ଚଳର ଏକ ଭଡ଼ା ଘରକୁ ଅଭିଯୁକ୍ତ ପଶିଥିଲା। ଘରର କବାଟ ସମ୍ପୂର୍ଣ୍ଣ ଭାବେ ଲକ୍ ନଥିବାରୁ ସେ ପ୍ରଥମେ ଚୋରି କରିବା ଉଦ୍ଦେଶ୍ୟରେ ଘରେ ପଶିଥିଲା । ଘର ଭିତରେ ଯୁବତୀ ତାକୁ ଦେଖି ପ୍ରତିରୋଧ କରିବା ପରେ ଅଭିଯୁକ୍ତ ତାଙ୍କୁ ଭୟଭୀତ କରିଥିଲା। ପୋଲିସର କହିବା ଅନୁସାରେ, ଅଭିଯୁକ୍ତ ଏକ ବନ୍ଧୁକ ଭଳି ଦେଖାଯାଉଥିବା ବସ୍ତୁ ଦେଖାଇ ତାଙ୍କୁ ଧମକ ଦେଇଥିଲା ଏବଂ ପରେ ଦୁଷ୍କର୍ମ କରିଥିବା ଅଭିଯୋଗ ରହିଛି। ତଦନ୍ତ ପରେ ସେହି ଅସ୍ତ୍ରଟି ପ୍ରକୃତ ବନ୍ଧୁକ ନୁହେଁ, ବରଂ ପିସ୍ତଲ ଆକୃତିର ଏକ ଲାଇଟର ବୋଲି ପୋଲିସ ଜାଣିଥିବା ରିପୋର୍ଟ ହୋଇଛି। ଘଟଣା ପରେ ଅଭିଯୁକ୍ତ ଏକାଧିକ ଯାନ ବଦଳାଇ ପୋଲିସକୁ ଚକମା ଦେବାକୁ ଚେଷ୍ଟା କରିଥିଲା ।

Leave A Reply

Your email address will not be published.