Latest Odisha News

BREAKING NEWS

ତାମିଲ ଫିଲ୍ମମେକର ସିଙ୍ଗିଥମ୍ ଶ୍ରୀନିବାସ ରାଓଙ୍କ ପରଲୋକ

ବ୍ୟୁରୋ: ଆଉ ନାହାନ୍ତି ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ସିଙ୍ଗିଥମ୍ ଶ୍ରୀନିବାସ ରାଓ । ୧୯୩୧ ମସିହା ସେପଟେମ୍ବର ୨୧ରେ ଆନ୍ଧ୍ରପ୍ରଦେଶର ଗୁଡୁରଠାରେ ଜନ୍ମ ନେଇଥିଲେ ସିଙ୍ଗିଥମ୍ । ବିଖ୍ୟାତ ଫିଲ୍ମ ନିର୍ଦ୍ଦେଶକ ଏଲ.ଭି ପ୍ରସାଦଙ୍କ ସହଯୋଗୀ ଭାବରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ ସେ । ୧୯୭୨ରେ ‘ନୀତି ନିଜାୟିତି’ଫିଲ୍ମ ମାଧ୍ୟମରେ ନିର୍ଦ୍ଦେଶନା କ୍ଷେତ୍ରରେ ପଦାର୍ପଣ କରିଥିଲେ । ଏବଂ ୫ଟି ଭାଷାରେ କାମ କରି ୬ଦଶନ୍ଧି ଧରି ଏକ ସଫଳ କ୍ୟାରିଅର ଗଢି ତୋଳିଥିଲେ । କମଲ ହାସନଙ୍କ ଅଭିନୀତ ସଂଳାପ ବିହୀନ ‘ବ୍ଲାକ୍ କମେଡି’ଓ ‘ପୁଷ୍ପକ ବିମାନମ୍‌’ତାଙ୍କର ସର୍ବାଧିକ ଲୋକପ୍ରୀୟ ସିନେମାରୁ ଅନ୍ୟତମ । ସାଇନ୍ସ ଫିକ୍ସନ ଫିଲ୍ମ ‘ଆଦିତ୍ୟ ୩୬୯’ କରିଥିଲେ ସେ । ‘ମାଇକେଲ୍ ମଦନ କାମା ରାଜନ’ ଭଳି ଫିଲ୍ମ ନିର୍ମାଣ କରି ଭାରତୀୟ ସିନେମାର ସୀମାକୁ ସମ୍ପ୍ରସାରଣ କରିଥିଲେ । ତେଲୁଗୁ ବ୍ୟତିତ କନ୍ନଡ, ହିନ୍ଦୀ ଭାଷାରେ ଫିଲ୍ମ କରିଛନ୍ତି ସେ । ଏକ ସଙ୍ଗୀତ ଭିତିକ କାଳ୍ପନିକ ଫିଲ୍ମ ‘ସିଙ୍ଗ ଗୀଥମ୍‌’ ଥିଲା ତାଙ୍କର ଶେଷ ଫିଲ୍ମ । ଯାହା ଚଳିତ ବର୍ଷ ଆରମ୍ଭରୁ ଶେଷ ହୋଇଛି । ଆଜି ସେ ନାହାନ୍ତି ସତ ହେଲେ ତାଙ୍କ ସବୁବେଳର ଲୋକପ୍ରୀୟ ଫିଲ୍ମ ଲୋକଙ୍କ ମନରେ ସବୁଦିନ ପାଇଁ ରହିଯାଇଛି । ଶନିବାର ରାତିରେ ଚେନ୍ନାଇସ୍ଥିତ କାଭେରୀ ହସ୍ପିଟାଲରେ ୯୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । କିଛି ଦିନ ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ରହୁଥିଲା । ଲଗାତର ଭାବେ ହସ୍ପିଟାଲରେ ଚିକତ୍ସିତ ହେଉଥିଲେ । ବୟସାଧିକ ହୋଇଯିବାରୁ ଅସୁସ୍ଥ ହୋଇପଡିଥିଲେ । ଏବଂ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଲିଛି । ତାଙ୍କ ମୃତ୍ୟୁ ଖବର ପରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି । ଫିଲ୍ମ ଜଗତର ଜଣାଶୁଣା ଅଭିନେତା, ଫିଲ୍ମ ମେକର ଓ ଅନ୍ୟ ସଦସ୍ୟ ଗଭୀର ଶ୍ରଦ୍ଧାଂଜଳି ଦେଇଛନ୍ତି । ଜଣେ ଫିଲ୍ମ ନିର୍ଦ୍ଦେଶକ ଭାବେ ତାଙ୍କର ଚିନ୍ତାଧାରା ସମୟ ଠାରୁ ଆଗକୁ ଥିଲା ବୋଲି କହି ତାଙ୍କୁ ମନେ ପକାଇଛନ୍ତି ଅଭିନେତା ଜୁନିଅର ଏନଟିଆର । ସେ ଜଣେ ଦୁରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ୱ ବୋଲି ବିବେଚନା କରିଛନ୍ତି । ଆମେ ଆପଣଙ୍କୁ ବହୁତ ମନେପକାଇବୁ ବୋଲି ସୋସିଆଲ ମିଡିଆ ଆକାଉଂଟରେ ଶୋକ ବ୍ୟକ୍ତ କରିଛନ୍ତି କିଛି ଫିଲ୍ମ ମେକର ।

Leave A Reply

Your email address will not be published.