Latest Odisha News

BREAKING NEWS

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ଗୁଣୁପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ଦଳରୁ ପ୍ରତିନିଧିତ୍ୱ କରୁଥିବା ରାୟଗଡା ଜିଲ୍ଲା ଗୁଣୁପୁରର ପ୍ରାର୍ଥୀମାନେ ଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏଥିରେ ବିଜେଡିର ୧୧ଟି ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ ହୋଇଛି । ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ଜନହିତକର ଯୋଜନାକୁ ଦୃଷ୍ଟିରେ ରଖି ବିଜୟ ସୁନିଶ୍ଚିତ ବୋଲି ବିଜୁ ଜନତା ଦଳ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ପ୍ରାର୍ଥୀମାନେ ଦୃଢୋ଼କ୍ତି ପ୍ରକାଶ କରିଛନ୍ତି ।

କୋଭିଡ୍ ଗାଇଡଲାଇନ ମାନି ସବୁ ପ୍ରତିନିଧିମାନେ ଉପଜିଲ୍ଲାପାଳ ଜେ ସୋନାଲଙ୍କ ନିକଟରେ ନିଜନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନିର୍ବାଚନର ସମସ୍ତ ଦାୟିତ୍ୱ ସହକାରୀ ଜିଲ୍ଲାପାଳ ରାଜେନ୍ଦ୍ର ଚୌଧୁରୀ ତଦାରଖ କରୁଛନ୍ତି ।

Comments are closed.