Latest Odisha News

BREAKING NEWS

କ୍ୟାପିଟାଲ ହସ୍ପିଟାଲରେ କରୋନା,୧୦୦ରୁ ଅଧିକ କର୍ମୀ ଆକ୍ରାନ୍ତ

ଭୁବନେଶ୍ୱର: ଦିନକୁ ଦିନ କାୟା ମେଲାଉଛି କରୋନା। ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ପ୍ରତିଦିନ ଲୋକଙ୍କୁ ସଚେତନ କରାଯାଉଥିବା ବେଳେ ସତର୍କ ରହିବାକୁ ପରାମର୍ଶ ବି ଦିଆଯାଉଛି।

ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ ଆଜି କ୍ୟାପିଟାଲ ହସ୍ପିଟାଲରେ କରୋନା ବିସ୍ଫୋରଣ । ୧୦୦ରୁ ଅଧିକ କର୍ମୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ୪୦ ଜଣ ଡାକ୍ତର ରହିଥିବା ବେଳେ ୩୦ ଜଣ ନର୍ସ ରହିଛନ୍ତି । ସେହିପରି ୪୦ ଜଣ ଟେକ୍ନିସିଆନ ଏବଂ ୧୦ରୁ ୧୫ ଜଣ ଫାର୍ମାସିଷ୍ଟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣା ପଡିଛି ।

ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏମ୍ସ ପରି ଏଠାରେ ମଧ୍ୟ ଓପିଡି ସ୍ୱାସ୍ଥ୍ୟ ସେବା ବନ୍ଦ କରାଯାଇପାରେ ବୋଲି ଅନୁମାନ କରାଯାଉଛି ।

Comments are closed, but trackbacks and pingbacks are open.