Latest Odisha News

BREAKING NEWS

୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ: ଅଧିନାୟକ ୟଶଙ୍କ ସମେତ ୬ ଖେଳାଳି କରୋନା ସଂକ୍ରମିତ

ତ୍ରିନିଦାଦ: ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟରେ କରୋନା ଭାଇରସ ତାଣ୍ଡବ ରଚିବା ଆରମ୍ଭ କରିଛି । ଭାରତୀୟ ଦଳର ଅଧିନାୟକ ୟଶ ଧୁଲଙ୍କ ସମେତ ୬ଖେଳାଳିଙ୍କ ରିପୋର୍ଟ ପଜିଟିଭ ଆସିଛି । ବୁଧବାର ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚରେ ୧୧ଜଣ ଖେଳାଳିଙ୍କୁ ନେଇ ଓହ୍ଲାଇବା ପାଇଁ ଭାରତ ନିମନ୍ତେ କଷ୍ଟକର ହୋଇ ପଡିଥିଲା ।

ୟଶଙ୍କ ବ୍ୟତୀତ ଆରାଧ୍ୟ ଯାଦବ, ବାସୁ ଭଟ୍ସ, ମାନବ ପାରଖ ଓ ସିଦ୍ଧାର୍ଥ ଯାଦବ କରୋନା କବଳରେ ପଡିଛନ୍ତି । ସମସ୍ତ ଖେଳାଳିଙ୍କୁ ଆସୋଲୋଟେଡ ରଖାଯାଇଛି । ଏସବୁ ସତ୍ୱେ ଭାରତୀୟ ଖେଳାଳି ଚମତ୍କାର ପ୍ରଦର୍ଶନ କରି ଆୟର୍ଲାଣ୍ଡକୁ ୧୭୪ ରନରେ ହରାଇ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି ।

Comments are closed.