ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୃତଗତିରେ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ସଂକ୍ରମିତଙ୍କ ସଂଖ୍ୟା ୧୪ ଶହ ଟପିଛି । ଭୁବନେଶ୍ୱରରେ ଆଜି ୧୪୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।
Update on newly detected #COVID19 cases in the last 24hrs under the BMC area on
20th January (till 9.00 am) pic.twitter.com/PRiKlfblBa— BMC (@bmcbbsr) January 20, 2022
ବିଏମସି ସୂଚନା ଅନୁସାରେ, ସଙ୍ଗରୋଧ କେନ୍ଦ୍ରରୁ ୫୩ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୪୪୫ ଜଣ ସଂକ୍ରମିତ ରହିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜଧାନୀରୁ ୧୩୯୨୧୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ୧୨୬୪୦୪ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏବେ ବି ଭୁବନେଶ୍ବରରେ ୧୦୬୭୬ ଜଣ ସକ୍ରିୟ କରୋନା ଆକ୍ରାନ୍ତ ଥିବା ବେଳେ ୧୧୦୯ଜଣଙ୍କର ମୃତ୍ୟୁ ହୋଇଛି। ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ସତର୍କ ରହିବା ସହିତ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ଅବଲମ୍ବନ କରିବାକୁ ସରକାର ପରାମର୍ଶ ଦେଇଛନ୍ତି।
Comments are closed.