Latest Odisha News

BREAKING NEWS

ଭଦ୍ରକରେ ୫୦ ରୁ ଅଧିକ ଗୋରୁ ଉଦ୍ଧାର , ୩ ଅଟକ

ଭଦ୍ରକ : ଭଦ୍ରକରେ ବେଆଇନ ଗୋରୁ ଚାଲଣ । ବେଆଇନ ଗୋରୁ ଚାଲଣ ବେଳେ ୫୦ରୁ ଅଧିକ ଗାଇଙ୍କୁ ଉଦ୍ଧାର କରାଯିବା ସହ ୩ ଜଣଙ୍କୁ ଅଟକ ରଖିଛି ପୋଲିସ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ପୋଲିସ ଏହି ଗୋରୁ ବୋଝେଇ ଗାଡି ଜବତ କରିଛି । ସୂଚନା ଅନୁସାରେ ଏହି  ଗୋରୁ ବୋଝେଇ ଟ୍ରକ ଭୁବନେଶ୍ୱରରୁ ଭଦ୍ରକ ଦେଇ ଲକିକତା ଆଡେ ଯାଉଥିଲା ।

ଏହି ସମୟରେ ପୋଲିସ ବିଶେଷ ସୁତ୍ରରୁ ଖବର ପାଇ ଭଣ୍ଡାରିପୋଖରୀ ପୋଲିସ ଏହି ଗାଡିକୁ ଜବତ କରି ଗୋରୁ ମାନଙ୍କୁ ଉଦ୍ଧାର କରିଛିା ଗୋରୁ ମାନଙ୍କୁ ଗୋ ଶାଳାରେ ଛାଡି ଦିଆଯାଇଛି ବୋଲି ପୋଲିସ ସୂଚନା ଦେଇଛି ।

Comments are closed, but trackbacks and pingbacks are open.