Latest Odisha News

ହଲିଉଡ଼ ସିନେମା ଆଭେଞ୍ଜର୍ସ ଏଣ୍ଡଗେମରେ ଓଡିଆ ଝିଅ

ଭୁବନେଶ୍ୱର : ଚଳିତ ବର୍ଷର ସବୁଠୁ ଚର୍ଚ୍ଚିତ ହଲିଉଡ଼ ଫିଲ୍ମ ‘ଆଭେଞ୍ଜର୍ସ ଏଣ୍ଡଗେମ୍’ ଦର୍ଶକଙ୍କ ମହଲରେ ଖୁବ୍ ପପୁଲାର୍ ହୋଇପାରିଥିବା ବେଳେ ଏଥିରେ ଜଣେ ଓଡିଆ ଝିଅଙ୍କ ଅବଦାନ ମଧ୍ୟ ରହିଛି ।

ସେହି ଓଡିଆ ଝିଅ ଜଣଙ୍କ ହେଉଛନ୍ତି ମୀତା ଦାସ । ଯିଏକି ଭିଏଫ୍ଏକ୍ସ (ଭିଜୁଆଲ୍ ଇଫେକ୍ଟସ୍) ଡିଜାଇନର ମାନଙ୍କ ମଧ୍ୟରୁ ଅନ୍ୟତମ ।

ଭୁବନେଶ୍ୱରର ଏକ କଲେଜରୁ ୩ ବର୍ଷୀୟା ଆନିମେସନ୍ କୋର୍ସ କରିଥିବା ମୀତା ହାଇଦ୍ରାବାଦ ସ୍ଥିତ ଏକ ‘ଡିଜିଟାଲ ଡୋମେନ୍’ ଟିମ୍ ସହ କାର୍ଯ୍ୟରତ୍ ଅଛନ୍ତି ।

ଯିଏକି ହଲିଉଡ଼ ସିନେମା ‘ଟାଇଟାନିକ୍’, ‘ଦ କ୍ୟୁରିଅସ୍ କେସ୍ ଅଫ୍ ବେଞ୍ଜାମିନ୍ ବଟନ୍’, ‘ସ୍ପାଇଡରମ୍ୟାନ୍’, ‘ହୋମକମିଂ’, ବିଉଟି ଆଣ୍ଡ ଦ ବିଷ୍ଟ୍’ ଆଦି ଫିଲ୍ମରେ ମଧ୍ୟ ଗ୍ରାଫିକ୍ସ ଡିଜାଇନ୍ କରିଛନ୍ତି ।

ମୀତା ବଲାଙ୍ଗିର ଜିଲ୍ଲାର ମୂଳ ବାସିନ୍ଦା ହୋଇଥିବା ବେଳେ ଜଣେ ଓଡିଆ ଭାବେ ସେ ହଲିଉଡ଼ ଫିଲ୍ମରେ ନିଜ ଦକ୍ଷତା ପ୍ରତିପାଦନ କରିପାରିଛନ୍ତି ।

Leave A Reply

Your email address will not be published.