Latest Odisha News

BREAKING NEWS

ବୁର୍ଲା ଭୀମସାରରେ ଡ଼ାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ସମ୍ବଲପୁର: ଛାତରୁ ଡ଼େଇଁ ପଡ଼ିଲେ ମେଡ଼ିକାଲ ଛାତ୍ରୀ । ବୁର୍ଲା ଭୀମସାରରେ ଘଟିଛି ଏହିଭଳି ଅଭାବନୀୟ ଘଟଣା । ୩ ମହଲାରୁ ଡ଼େଇଁ ଛାତ୍ରୀ ଜଣକ ଗୁରୁତର ହୋଇଛନ୍ତି । ଗୁରୁତର ହୋଇଥିବା ଛାତ୍ରୀ ଜଣକ ହେଲେ ପ୍ରଥମ ବର୍ଷ ଏମବିବିଏସ୍ ଛାତ୍ରୀ । ତାଙ୍କ ଘର ବିଶାଖାପାଟଣାରେ ବୋଲି ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଛାତ୍ରୀ ନିବାସର ୩ ମହଲା ଛାତରୁ ଡ଼େଇଁ ପଡ଼ିଥିଲେ ଛାତ୍ରୀ । ଏହାକୁ ଦେଖି ହଷ୍ଟେଲ ସିକ୍ୟୁରିଟି କର୍ମଚାରୀ ଓ ଅନ୍ୟମାନେ ତାଙ୍କୁ ମେଡ଼ିକାଲରେ ନେଇ ଭର୍ତ୍ତି କରିଥିଲେ । ଛାତ୍ରୀ ଜଣକ ଅବସ୍ଥା ଗୁରୁତର ଥିବାବେଳେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ତେବେ ଏଯାଏଁ ଛାତ୍ରୀ ଜଣକ କଣ ପାଇଁ ଛାତରୁ ଡ଼େଇଁଲେ ତାହାର କାରଣ ଅସ୍ପଷ୍ଟ ରହିଛି । ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି ।

Comments are closed.