Latest Odisha News

ମହାକାଶରୁ ଏକ ରହସ୍ୟମୟ ଅବଜେକ୍ଟରୁ ୧୮ ମିନିଟରେ ଥରେ ଆସୁଛି ରେଡିଓ ସିଗ୍ନଲ

ୱାଶିଂଟନ: ପୃଥିବୀଠାରୁ ୪୦୦୦ ପ୍ରକାଶ ବର୍ଷ ଦୂରରେ ଥିବା ମହାକାଶରେ ଏକ ରହସ୍ୟମୟ ଅବଜେକ୍ଟରୁ ପ୍ରତି ୧୮ ମିନିଟରେ ଥରେ ରେଡିଓ ସିଗ୍ନଲ ଆସୁଛି । ଯାହାକୁ ନେଇ ବୈଜ୍ଞାନିକମାନେ ଚିନ୍ତାରେ ପଡି ଯାଇଛନ୍ତି । ଏହା ଏ ଭଳି ଏକ ସିଗ୍ନଲ ଯାହାକୁ ଆଗରୁ ବୈଜ୍ଞାନିକମାନେ ଦେଖି ନ ଥିଲେ । ପ୍ରାରମ୍ଭିକ ଗବେଷଣାରେ ଏହା ଏକ ନ୍ୟୁଟ୍ରନ ଷ୍ଟାର କିମ୍ବା କୌଣସି ଏକ ତାରାର ଅବଶେଷରୁ ଆସୁଥିବା ଅନୁମାନ କରାଯାଉଛି । ଏଠାରେ ଚୁମ୍ବକୀୟ କ୍ଷେତ୍ର ବହୁତ ଶକ୍ତିଶାଳୀ ବୋଲି ଅନୁମାନ କରାଯାଇଛି ।

ଅଷ୍ଟ୍ରେଲିଆ ବୈଜ୍ଞାନିକ ନତାଶା ହର୍ଲ ୱାଲକରଙ୍କ ମତରେ ଏହି ଅବଜେକ୍ଟ ଆସିବା କିଛି ସମୟ ପରେ ପୁନର୍ବାର ହଜି ଯାଉଛି । ଯେଉଁ ଭଳି ଢ଼ଙ୍ଗରେ ଏହା ଚୁମ୍ବକୀୟ ଶକ୍ତିକୁ ରେଡିଓ ତରଙ୍ଗରେ ପରିଣତ କରୁଛି ତାହା ନିଶ୍ଚିତ ଭାବେ ଗବେଷଣା କରିବା ଜରୁରୀ ବୋଲି ସେ କହିଛନ୍ତି ।

Comments are closed.