Latest Odisha News

BREAKING NEWS

ଭୂକମ୍ପରେ ଥରିଲା ଇଣ୍ଡୋନେସିଆ, ତୀବ୍ରତା ୫.୯…

ନୂଆଦିଲ୍ଲୀ: ଇଣ୍ଡୋନେସିଆ ଭୂମି ରବିବାର ସକାଳେ ଭୂମିକମ୍ପରେ ଥରି ଉଠିଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୨ ମାପ କରାଯାଇଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର କହିଛି ଯେ ସକାଳ ୫:୦୭ରେ ଭୂକମ୍ପ ଅନୁଭୂତ ହୋଇଥିଲା। ଯାହାର ଗଭୀରତା ଭୂମିରୁ ୧୦ କିଲୋମିଟର ତଳେ ଥିଲା।

ସୂଚନା ଅନୁଯାୟୀ, ସକାଳେ ଯେତେବେଳେ ଭୂମିକମ୍ପ ହୋଇଥିଲା, ସେତେବେଳେ ଅଧିକାଂଶ ଲୋକ ନିଜ ଘରେ ଥିଲେ। ଭୂମିକମ୍ପର ପ୍ରବଳ ଝଟକା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା ଏବଂ ଲୋକମାନେ ଘରୁ ବାହାରକୁ ଦୌଡ଼ି ପଳାଇ ଆସିଥିଲେ।

ଆପଣଙ୍କୁ କହି ରଖୁଛୁ ଯେ ଭୂମିକମ୍ପ ଦୃଷ୍ଟିରୁ ଇଣ୍ଡୋନେସିଆକୁ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ ଭାବରେ ବିବେଚନା କରାଯାଏ।

Leave A Reply

Your email address will not be published.