Latest Odisha News

ପଞ୍ଚାୟତ ନିର୍ବାଚନ ପୂର୍ବରୁ ସିଲ୍ ହେବ ମଦ ଦୋକାନ

କଟକ : ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ଗାଁ ରାଜନୀତି । ଭୋଟ ପାଇଁ ଗାଁ ଗାଁରେ ଜମିଲାଣି ପ୍ରଚାର । କିପରି ନିଜ ସପକ୍ଷରେ ଅଧିକ ଭୋଟ ମିଳିବ ସେନେଇ ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀ । ଏପଟେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ମୁକ୍ତ, ଅବାଧ ଓ ଶାନ୍ତି ଶୃଙ୍ଖଳାର ସହ କରିବାକୁ ଯୋଜନା କରିଛି ରାଜ୍ୟ ଅବକାରୀ ବିଭାଗ । ବିଶେଷ କରି ବେଆଇନ ବିଦେଶୀ ମଦ, ଦେଶୀ ମଦ, ମହୁଲି, ଗଞ୍ଜେଇ ଭଳି ନିଶା କାରବାର ରୋକିବାକୁ ଚେକିଂ କଡାକଡି କରାଯିବ । ଏଥିସହିତ ରାଜ୍ୟର ୪ଟି ଗୁଇନ୍ଦା ସଂସ୍ଥା ସେମାନଙ୍କ ଅଭିଯାନକୁ ଜୋରଦାର କରିବେ ।

ଫ୍ଲାଇଙ୍ଗ ସ୍କ୍ବାଡ, ମୋବାଇଲ ସ୍କ୍ବାଡ, ଜିଲ୍ଲା ଅବକାରୀ ସ୍କ୍ବାଡ ସାରା ରାଜ୍ୟରେ ଚଢ଼ାଉକୁ ଜୋରଦାର କରିବେ । ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ ନିର୍ବାଚନ ପୂର୍ବରୁ ମଦ ଦୋକାନକୁ ସିଲ୍ କରାଯିବ ବୋଲି ଡେପୁଟି ଅବକାରୀ କମିଶନର ରାମଚନ୍ଦ୍ର ପାଲଟା ସୂଚନା ଦେଇଛନ୍ତି । ଗତକାଲି ପ୍ରମୁଖ ଶାସନ ସଚିବ ଅବକାରୀ ବିଭାଗ ସୁଶୀଲ କୁମାର ଲୋହାନୀ, ଅବକାରୀ କମିଶନର ଆଶିଷ ସିଂହଙ୍କ ଉପସ୍ଥିତିରେ ସାରା ରାଜ୍ୟର ଅବକାରୀ ଅଧିକାରୀଙ୍କ ସହିତ ବୈଠକ କରିଥିଲେ । ଗତବର୍ଷ ଡିସେମ୍ବର ପର୍ଯ୍ୟନ୍ତ ରାଜ୍ୟରେ ଅବକାରୀ ବିଭାଗ ପକ୍ଷରୁ ୨୭ ହଜାର ୧୦୭ଟଇ ମାମଲା ରୁଜୁ ହୋଇଥିବା ବେଳେ, ୨୨ ହଜାର ୩୫୫ ଜଣ ଗିରଫ ହୋଇଛନ୍ତି । ଏଥର ଜାନୁଆରୀରୁ ଏପର୍ଯ୍ୟନ୍ତ ୩ ହଜାର ୧୪୪ ମାମଲା ରୁଜୁ ହୋଇଥିବା ବେଳେ, ୨୫୯୭ ଜଣ ଗିରଫ ହେବା ସହ ୧୦ କୋଟି ଟଙ୍କାର ନିଶା ଦ୍ରବ୍ୟ ଜବତ ହୋଇଛି ।

Comments are closed.