Latest Odisha News

BREAKING NEWS

ଆରମ୍ଭ ହେଲା ଓଜେଇଇ ଅଫଲାଇନ୍ ପରୀକ୍ଷା

ଭୁବନେଶ୍ୱର : ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ଅଫଲାଇନ୍ ପରୀକ୍ଷା ଶନିବାର ଦିନ ଅନୁଷ୍ଠିତ ହୋଇଛି ।

ଓଜେଇଇ ପରୀକ୍ଷା ରାଜ୍ୟର ୨୦ଟି ସହରରେ ପ୍ରାୟ ୫୩ଟି ପରୀକ୍ଷା କେନ୍ଦ୍ରରେ ଆୟୋଜିତ ହେଉଛି । ଆହୁରି ମଧ୍ୟ ପାଖାପାଖି ୨୯ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଉଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ଏହି ପରୀକ୍ଷା ୨ଟି ସିଟିଂରେ ଅନୁଷ୍ଠିତ ହେଉଛି । ପ୍ରଥମ ସିଟିଂରେ ସକାଳ ୯ରୁ ମଧ୍ୟାହ୍ନ ୧୨ଟା ପର‌୍ୟ୍ୟନ୍ତ ପରୀକ୍ଷା । ୨ୟ ସିଟିଂ ଅପରାହ୍ନ ୨ଟାରୁ ୪ଟା ଯାଏ ଅନୁଷ୍ଠିତ ହେବ।

ଚଳିତ ବର୍ଷ ଛାତ୍ରଛାତ୍ରୀମାନେ ସ୍ନାତକ, ଇଞ୍ଜିନିୟରିଂ ଓ ଟେକ୍ନୋଲୋଜି, ଫାର୍ମାସି, ଏମବିଏ, ଏମସିଏ (ଲାଟେରାରୀ ଏଣ୍ଟ୍ରି), ଏମସିଏ, ଏମଟେକ୍, ଏମପ୍ଲାନ୍, ଏମଆର୍ଚ, ଏମଫାର୍ମା ଆଦି ବିଷୟରେ ପରୀକ୍ଷା ଦେଉଛନ୍ତି ।

Leave A Reply

Your email address will not be published.