Latest Odisha News

BREAKING NEWS

ଭୁବନେଶ୍ୱରରେ ୭ଟି ଗାଡି ଜାଳିଦେଲେ ଦୁବୃର୍ତ୍ତ

ଭୁବନେଶ୍ୱର: ଭୁବନେଶ୍ୱରର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଝାରପଡ଼ା ନିକଟରେ କେହି ଦୁବୃର୍ତ୍ତ ପାଖାପାଖି ୭ଟି ଗାଡି ଜାଳିଦେଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ ଜଗନ୍ନାଥ ନଗରର ହେରିଟେଜ୍ ବିଲଡିଂ ତଳେ ପାର୍କିଂ ହୋଇଥିବା ୨ଟି କାର୍ ଓ ୫ଟି ବାଇକକୁ ଗତକାଲି ବିଳମ୍ବିତ ରାତିରେ କେହି ଦୁବୃର୍ତ୍ତ ପୋଡି ଦେଇଛନ୍ତି ।

ଉକ୍ତ ଅଞ୍ଚଳରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ବାସିନ୍ଦା ପୋଲିସକୁ ଜଣାଇଥିଲେ । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ତେବେ ଅଗ୍ନିକାଣ୍ଡରେ ବିଲଡିଂର କୌଣସି କ୍ଷତି ହୋଇନଥିବା ପୋଲିସ ତଦନ୍ତ ଆରମ୍ଭ କରିଥିବା ନେଇ ସୁତ୍ରରୁ ପ୍ରକାଶ।

Leave A Reply

Your email address will not be published.