Latest Odisha News

ନୂଆପଡାରେ କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଶନିବାର ଦିନ ଜଣେ କ୍ୟାଡର ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ନାମ ପର୍ଶୁରାମ ମାଝି ଓରଫ୍ ମଣ୍ଟୁ ବୋଲି ଜଣାପଡିଛି।

ଗଣମାଧ୍ୟମକୁ ସୂଚନା ଦେଇ ନୂଆପଡା ଏସପି ପରମାର ସ୍ମିତ କହିଛନ୍ତି “ ମୈନପୁର- ନୂଆପଡା ଡିଭିଜନରେ ୨୦୧୪ ମସିହାରୁ ସକ୍ରିୟ ଥିବା ମାଓ ସଙ୍ଗଠନର ଜଣେ ସଦସ୍ୟ ହେଉଛନ୍ତି ପର୍ଶୁରାମ ଏବଂ ପୂର୍ବରୁ ଓଡ଼ିଶା ସରକାର ତାଙ୍କ ନାମରେ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥଲେ।

ତେବେ ସେ ପୋଲିସ ନିକଟରେ ଆତ୍ମ ସମର୍ପଣ କରିଥିବାରୁ ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ତାଙ୍କୁ ଥଇଥାନ କରାଯିବ ବୋଲି ଏସପି କହିଛନ୍ତି ।

Leave A Reply

Your email address will not be published.